ବଢ଼ିଲା ପେଟ୍ରୋଲ ଦାମ୍‌, ଗଧରେ ବସି ଅଫିସ୍‌ ଆସିବାକୁ ଅନୁମତି ଲୋଡିଲେ କର୍ମଚାରୀ…

ଇସଲାମାବାଦ, ୪।୬ : ପାକିସ୍ତାନରେ ପେଟ୍ରୋଲର ଦାମ୍‌ ବୃଦ୍ଧି ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଏହି ପ୍ରସଙ୍ଗରେ ପୂର୍ବତନ ଇମ୍ରାନ ଖାନ ସରକାରଙ୍କୁ ଘେରି ଶାହାବାଜ ସରିଫ ସରକାର କ୍ଷମତାକୁ ଆସିଥିଲେ। ବର୍ତ୍ତମାନ ସମାନ ପ୍ରସଙ୍ଗ ତାଙ୍କ ସାମ୍ନାରେ ଏକ ଚ୍ୟାଲେଞ୍ଜ ଭାବରେ ଛିଡା ହୋଇଛି। ସମ୍ପ୍ରତି ସରକାର ପେଟ୍ରୋଲର ଦାମ ପୁଣି ୩୦ଟଙ୍କା ବୃଦ୍ଧି କରିଛନ୍ତି। ଇସଲାମାବାଦ ବିମାନବନ୍ଦରର ଜଣେ କର୍ମଚାରୀ ମୂଲ୍ୟ ବୃଦ୍ଧି ବିରୋଧରେ ବିରୋଧ କରୁଥିବାବେଳେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏ) ସମ୍ମୁଖରେ ଏକ ଅଜବ ଦାବି କରିଛନ୍ତି। ପେଟ୍ରୋଲ ଦାମ୍‌ ବଢୁଥିବାରୁ କର୍ମଚାରୀଙ୍କୁ ଗଧ ବସି ଅଫିସକୁ ଆସିବାକୁ ଦିଆଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି।

ଏକ୍ସପ୍ରେସ ନ୍ୟୁଜ  ଅନୁଯାୟୀ, ଡିଜିଏଫସିଏଏ କୁ ଲେଖିଥିବା ଚିଠିରେ ଆସିଫ ଇକବାଲ କହିଛନ୍ତି ଯେ ପେଟ୍ରୋଲର ଦାମ୍‌ ବୃଦ୍ଧି ହେତୁ ସେ ନିଜେ ଏତେ ଟଙ୍କା ଖର୍ଚ୍ଚ କରି ଅଫିସକୁ ଆସିପାରିବେ ନାହିଁ। ତେଣୁ ଅଫିସରେ ଏକ ଗଧ ବୋହୁଥିବା ଗାଡ଼ି ଆଣିବାକୁ ସେ ଅନୁମତି ମାଗିଛନ୍ତି। ଇକବାଲ କହିଛନ୍ତି ଯେ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ସତ୍ତ୍ୱେ କର୍ତ୍ତୃପକ୍ଷ ପରିବହନ ସୁବିଧା ବନ୍ଦ କରିଦେଇଛନ୍ତି। ସେ କହିଛନ୍ତି ଯେ ଉଭୟ ପେଟ୍ରୋଲ ଭତ୍ତା ଏବଂ ପିକ ଏବଂ ଡ୍ରପ ସେବା ବନ୍ଦ କରାଯାଇଛି। ଜଣେ ସିଏଏ ମୁଖପାତ୍ର କର୍ମଚାରୀଙ୍କ ଦାବିକୁ କେବଳ ମିଡିଆ ଷ୍ଟଣ୍ଟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ଚିଠି ଲେଖାଯାଇଛି।

ଏକ ମାସ ମଧ୍ୟରେ ପାକିସ୍ତାନରେ ପେଟ୍ରୋଲ ଦାମ ମୋଟ ୬୦ ଟଙ୍କା ବୃଦ୍ଧି ପାଇଛି। ନୂତନ ଦାମ୍‌ ଅନୁଯାୟୀ, ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ଦାମ୍‌ ଲିଟର ପିଛା ୨୦୯.୮୬ ଟଙ୍କା, ହାଇ ସ୍ପିଡ ଡିଜେଲ ୨୦୪.୧୫ ଟଙ୍କା, କିରୋସିନ ୧୮୧.୯୫ ଟଙ୍କାରେ ଏବଂ ଲାଇଟ୍‌ ଡିଜେଲ ୧୭୮.୩୧ ଟଙ୍କାରେ ବିକ୍ରି ହେଉଛି। ସୋସିଆଲ ମିଡିଆରେ ସରକାରଙ୍କ ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରାଯାଉଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରଙ୍କ ଏହି ପଦକ୍ଷେପକୁ ସମାଲୋଚନା କରି କହିଛନ୍ତି ଯେ ଆମ ସରକାର ଦାମ୍‌ ୩୦ ଟଙ୍କା ବୃଦ୍ଧି କରିଥିବାବେଳେ ଭାରତ ସରକାର ତୈଳ ମୂଲ୍ୟ ୨୫ ଟଙ୍କା ହ୍ରାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri