Categories: ଜାତୀୟ

ବଢ଼ିଲା ଏଲ୍‌ପିଜି ସିଲିଣ୍ଡର-ପେଟ୍ରୋଲ-ଡିଜେଲ ଦାମ

ନୂଆଦିଲ୍ଲୀ,୪।୨: ବଜେଟ ପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି। ଗୁରୁବାର ଏଲ୍‌ପିଜି ସିଲିଣ୍ଡର, ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଘଟିଛି। ପେଟ୍ରୋଲ ଏବଂ ଡିଜେଲ ଦାମରେ ୩୫ ପଇସା ବଢ଼ିଥିବାବେଳେ ଏଲ୍‌ପିଜି ସିଲିଣ୍ଡର ଦାମ ୨୫ ଟଙ୍କା ବଢ଼ିଛି। ଦିଲ୍ଲୀରେ ପେଟ୍ରୋଲ ଦାମ ୮୬.୬୫ ଟଙ୍କା ହୋଇଥିବାବେେଳେ ଡିଜେଲ ଦାମ ଲିଟର ପିଛା ୭୬.୮୩ ଟଙ୍କା ଛୁଇଁଛି। ମୁମ୍ବାଇରେ ପେଟ୍ରୋଲ-ଡିଜେଲ ଦାମ ଯଥାକ୍ରମେ ୯୩.୨୦ ଟଙ୍କା ଏବଂ ୮୩.୬୭ ଟଙ୍କା ରହିଛି। ସେହିପରି ଚେନ୍ନାଇରେ ଡିଜେଲ ଦାମ ୮୨.୦୪ ଟଙ୍କା ଏବଂ ପେଟ୍ରୋଲ ଦାମ ୮୯.୧୩ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ଦାମ ଲିଟର ପିଛା ୮୮.୦୧ ଟଙ୍କା ଥିବାବେଳେ ଡିଜେଲ ଦାମ ୮୦.୪୧ ଟଙ୍କା ରହିଛି। ବର୍ଦ୍ଧିତ ଦାମ ଅନୁସାରେ ନୋଏଡାରେ ପେଟ୍ରୋଲ ଦାମ ୮୫.୯୧ ଟଙ୍କା ଏବଂ ଡିଜେଲ ଦାମ ଲିଟର ପିଛା ୭୭.୨୪ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମରେ ବୃଦ୍ଧି ଘଟୁଥିବାରୁ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡୁଛି। ସେହିପରି ୧୪ ଲିଟର ବିଶିଷ୍ଟ ସବସିଡ୍‌ଯୁକ୍ତ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ ଦିଲ୍ଲୀରେ ୭୧୯ ଟଙ୍କା, କୋଲକାତାରେ ୭୪୫.୫୦ ଟଙ୍କା, ମୁମ୍ବାଇରେ ୭୧୦ ଟଙ୍କା ଏବଂ ଚେନ୍ନାଇରେ ୭୩୫ ଟଙ୍କାରେ ପହଞ୍ଚିଛି। ପେଟ୍ରୋଲ ଏବଂ ଡିଜେଲ ଦାମ ବଢ଼ିବାରୁ ପରିବହନ ଉପରେ ଏହାର ପ୍ରଭାବ ପଡ଼ିବ। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେବ ବୋଲି ଅର୍ଥଶାସ୍ତ୍ରୀ ମତପୋଷଣ କରିଛନ୍ତି।

Share