ମାଛର ଦାମ୍‌ ୭୨ ଲକ୍ଷ: ରାତାରାତି ଲକ୍ଷପତି ପାଲଟିଲେ ଧୀବର …

କରାଚି,୩୧।୫: ଗୋଟିଏ ମାଛ ବିକ୍ରି କରି ଜଣେ ଧୀବର ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। ପାକିସ୍ତାନର ଧୀବର ସାଜିଦ୍‌ ହାଜି ଅବାବକର ୪୮ କିଲୋଗ୍ରାମ୍‌ର ବୃହତକାୟ କ୍ରୋକେର ପ୍ରଜାତିର ମାଛ ଧରି ଏହାକୁ ୭୨ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ବିରଳ କ୍ରାକେର ପ୍ରଜାତି ମାଛର ଚାହିଦା ଚାଇନା ଏବଂ ୟୁରୋପରେ ଅଧିକ ରହିଥାଏ। ଆରବସାଗରର ଗ୍ବାଦର ଅଞ୍ଚଳରେ ମାଛ ଧରିବା ସମୟରେ ସାଜିଦ୍‌ଙ୍କୁ ଏହି ସଫଳତା ମିଳିଥିବା ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶକ ମହମ୍ମଦ ନଦିମ୍‌ ସୂଚନା ଦେଇଛନ୍ତି। କ୍ରୋକେର ପ୍ରଜାତିର ମାଛରୁ ବିଭିନ୍ନ ଔଷଧ ପ୍ରସ୍ତୁତି ହୋଇଥାଏ ବୋଲି ମେରାଇନ୍‌ ବାୟୋଲୋଜିଷ୍ଟ ଅବଦୁଲ୍‌ ରହିମ୍‌ ବଲୋଚ କହିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଏଭଳି ଏକ ମାଛ ୮୬ ଲକ୍ଷ ଟଙ୍କାରେ ମଧ୍ୟ ବିକ୍ରି ହୋଇଥିଲା।

Share