ଅଣ୍ଡା ମୂଲ୍ୟ ମିଳୁନି, କୁକୁଡ଼ା ଚାଷୀ ହତାଶ

ବାରିପଦା ଅଫିସ,୮।୮: ମୟୂରଭଞ୍ଜ ଜିଲାର କୁକୁଡ଼ା ଚାଷୀମାନେ ଦିନକୁ ଦେଢ଼ ଲକ୍ଷ ଅଣ୍ଡା ଉତ୍ପାଦନ କରୁଥିବା ବେଳେ ବଜାର ବ୍ୟବସ୍ଥା ନ ଥିବାରୁ ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାନ୍ତି। ଜିଲାର ଆବଶ୍ୟକତାଠାରୁ ଢ଼େର ଅଧିକ ଅଣ୍ଡା ଉତ୍ପାଦନ ହେଉଥିବାରୁ ମୂଲ୍ୟ କମିବାରେ ଲାଗିଛି। ଫଳରେ ଅଣ୍ଡା ପ୍ରତି ୪ଟଙ୍କା ୩୭ପଇସା ଦରରେ ବିକ୍ରି କରୁଥିବାରୁ ଅନେକ ଚାଷୀ ହତାଶ ହୋଇ କୁକୁଡ଼ା ପାଳନରୁ ଦୂରେଇ ଯିବାକୁ ବସିଛନ୍ତି।
ଥିବା ଦୁଆରଶୁଣିସ୍ଥିତ ଝିଙ୍କପାହାଡ଼ି, କରଞ୍ଜିଆର ଚାଞ୍ଛବଣି ଓ ରାସଗୋବିନ୍ଦପୁରର ନଳଗଜା ଫାର୍ମରେ ଦିନକୁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଅଣ୍ଡା ଉପତ୍ାଦନ ହେଉଛି। ଜିଲାରେ ଥିବା ଅନ୍ୟ ୧୮ଚାଷୀଙ୍କ ଫାର୍ମରୁ ୨୦ହଜାରରୁ ଊର୍ଦ୍ଧ୍ୱ, ଗ୍ରାମାଞ୍ଚଳ ବାଡ଼ି ଅଗଣାରେ ପାଳନ କରୁଥିବା ୬୧୯ ମହିଳା ଚାଷୀଙ୍କଠାରୁ ଦୈନିକ ୧୫ଶହ, ହଜାରେ ଜଣ ଖଡ଼ିଆ, ମାଙ୍କିଡ଼ିଆ ଓ ଅନ୍ୟାନ୍ୟ ପରିବାରଙ୍କଠାରୁ ଅଢ଼େଇ ହଜାର କୁକୁଡ଼ା ଅଣ୍ଡାକୁ ମିଶାଇ ଦୈନିକ ୧ଲକ୍ଷ ୫୦ହଜାର ଅଣ୍ଡା ଉପତ୍ାଦନ ହୋଇପାରୁଛି। ଏହି ଅଣ୍ଡାକୁ ବିକ୍ରି କରିବା ଲାଗି ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି ବୋଲି ଯଶିପୁର ବ୍ଲକର ପୃଥ୍ବୀରାଜ ମହାନ୍ତ, ରରୁଅଁା ବ୍ଲକର ଘନଶ୍ୟାମ ହେମ୍ବ୍ରମ ଓ ବିଶୋଇ ବ୍ଲକର ତୈଲୋକ୍ୟନାଥ ଗିରି ପ୍ରମୁଖ କହିିଛନ୍ତି। ଜିଲାର ୪ଟି ଉପଖଣ୍ଡରେ ବଜାର ବ୍ୟବସ୍ଥା ସହ ସ୍କୁଲ ଓ ଅଙ୍ଗନଓ୍ବାଡି ପିଲାଙ୍କୁ ଅଣ୍ଡା ଯୋଗାଣ କରିବା ପାଇଁ ଠାକୁରମୁଣ୍ଡା ବ୍ଲକର ଚାଷୀ ମମତା ପରିଡ଼ା, କରଞ୍ଜିଆର ଉକତ୍ଳମଣି ବେହେରା, ଶୁକୃଳି ବ୍ଲକର ମହିଳା ଚାଷୀ ବାସନ୍ତୀଲତା ସାହୁ ଦାବି କରିଛନ୍ତି।
ଜିଲାରେ ପ୍ରାଣୀ ସମ୍ବଳର ବିକାଶ ହେବା ସହିତ ଲୋକମାନଙ୍କ ଆର୍ଥିକ ବ୍ୟବସ୍ଥାରେ ସୁଧାର ଆସିିପାରିଛି। ଏଥିଯୋଗୁ ରାଜ୍ୟସ୍ତରୀୟ ପ୍ରାଣୀ ଚିକିତ୍ସା ଦିବସ ସମାରୋହ-୨୦୨୨ଅବସରରେ ଶ୍ରେଷ୍ଠ ପ୍ରାଣୀପାଳନ ଜିଲା ଭାବେ ମୟୂରଭଞ୍ଜ ତୃତୀୟ ସ୍ଥାନରେ ରହି ସମ୍ମାନିତ ହୋଇଛି। ଜିଲାର ୨୬ଟି ବ୍ଲକ ଅଧୀନ ପ୍ରତ୍ୟେକ ହିତାଧିକାରୀଙ୍କ ନିମନ୍ତେ ଚଳିତ ବର୍ଷ ୫ଶହ ଲେଖାଏ ବ୍ରଏଲର କୁକୁଡ଼ା ରଖାଯାଇ ପାରୁଥିବା ଫାର୍ମ ନିମନ୍ତେ ୨୭୦ଚାଷୀଙ୍କୁ ୧ଲକ୍ଷ ୮୦ହଜାର ଟଙ୍କା ଲେଖାଏ ଅନୁଦାନ ଦିଆଯିବ। ସେହିପରି ୨୬ଜଣ ଚାଷୀଙ୍କୁ ଲେୟର କୁକୁଡ଼ା ପାଳନ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ୭ଲକ୍ଷ ୫୯ହଜାର୨୧୦ଟଙ୍କା, ୩ଜଣ ଚାଷୀଙ୍କୁ କୁକୁଡ଼ାଙ୍କ ଖାଦ୍ୟ ପ୍ରସ୍ତୁତି ନିମନ୍ତେ ପ୍ରତ୍ୟେକଙ୍କୁ ୧ଲକ୍ଷ ୧୨ହଜାର, ୧୨ଜଣ ଘୁଷୁରୀ ଚାଷୀଙ୍କ ପାଇଁ ପ୍ରତ୍ୟେକଙ୍କୁ ୪୦ହଜାର, ୬ଜଣ ଚାଷୀ ବତକ ଚାଷ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୩ଲକ୍ଷ ୭୫ହଜାର, ୩ଜଣ ଚାଷୀ କୁକୁଡା ଚିଅଁା ପ୍ରସ୍ତୁତି ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୬ଲକ୍ଷ ୬୦ହଜାର, ୪ଜଣ କ୍ଷୁଦ୍ର କୁକୁଡ଼ା ଚାଷୀଙ୍କ ଫାର୍ମ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୪ଲକ୍ଷ, ଗ୍ରାମାଞ୍ଚଳରେ ଥିବା ୧୫ଶହ ଚାଷୀଙ୍କୁ କୁକୁଡ଼ା ପାଳନ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୩ହଜାର ୭୫୦ଟଙ୍କା, ଗ୍ରାମାଞ୍ଚଳ ବତକ ଚାଷ ନିମନ୍ତେ ୧୨୪ଜଣ ଚାଷୀଙ୍କ ପାଇଁ ପ୍ରତ୍ୟେକ ହିତାଧିକାରୀଙ୍କୁ ୪ହଜାର ଓ ୧୬୨ଜଣ ଚାଷୀ ଛେଳି ଚାଷ ନିମନ୍ତେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ଲକ୍ଷ ୧୫ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ ଲାଗି ମୟୂରଭଞ୍ଜ ଜିଲାପାଳ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri