ପୂର୍ବ ଶତ୍ରୁତା, ସ୍କ୍ରାପ୍‌ ବିକ୍ରି ବିବାଦରୁ ଗଡ଼ିଥିଲା ମୁଣ୍ଡ

ଅନୁଗୋଳ,୨୫୯ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସଦର ଥାନା ଛେଳିଆପଡ଼ାସ୍ଥିତ ଭବାନୀ ଶଙ୍କର ଭଞ୍ଜ (ବୁବୁ) ହତ୍ୟାକାଣ୍ଡ ଉପରୁ ପୋଲିସ ମଙ୍ଗଳବାର ପରଦା ଉଠାଇଛି। ପୂର୍ବ ଶତ୍ରୁତା ଓ ସ୍କ୍ରାପ୍‌ ବ୍ୟବସାୟକୁ ନେଇ ବୁବୁଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୫ରୁ ଅଧିକ ଅଭିଯୁକ୍ତ ଫେରାର ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖମାର ଗାଁର କାଠି ନାଏକ(୨୭) ଓରଫ ଇମାନୁଏଲ, ଲାଲକୃଷ୍ଣ ଆଡଭାନୀ(୨୦) ଓରଫ ଲାଲୁ ଓ ଜଣେ ୧୬ ବର୍ଷୀୟ ନାବାଳକ। ଅଭିଯୁକ୍ତମାନଙ୍କୁ ଧରିବାକୁ ୩ଟି ଟିମ୍‌ ଗଠନ କରାଯାଇଥିବା ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ରମାକାନ୍ତ ମହାଳିକ ସୂଚନା ଦେଇଛନ୍ତି।
ଏସ୍‌ଡିପିଓ କହିଛନ୍ତି, ଗତ ୧୪ ତାରିଖରେ ସଦର ଥାନା ଛେଳିଆପଡ଼ା ବାଇପାସ ନିକଟରେ ବୁବୁଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ମୃତ ବୁବୁଙ୍କ ଭାଇ ଶିବ ଶଙ୍କର ଭଞ୍ଜ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସହରରେ ଗଣେଶ ପୂଜା ଭସାଣି ଚାଲିଥିବା ବେଳେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ପୋଲିସ ୩ଟି ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ସୋମବାର ଅନୁଗୋଳ ଅଞ୍ଚଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ପଚରାଉଚରା କରାଯିବାରୁ ସେମାନେ ହତ୍ୟା କରିଥିବା ସମ୍ପର୍କରେ ପୋଲିସ ଆଗରେ ସ୍ବୀକାର କରିଥିଲେ। ୫୫ନଂ. ଜାତୀୟ ରାଜପଥର ବାଇପାସ ରାସ୍ତା ନିର୍ମାଣରେ ବ୍ୟବହୃତ ପାଉଁଶରୁ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ସ୍କ୍ରାପ୍‌ ସଂଗ୍ରହ କରି ହତ୍ୟା ଅଭିଯୁକ୍ତମାନଙ୍କ ପାଖରେ ବିକ୍ରି କରୁଥିଲେ। ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ସହ ବୁବୁ ମଧ୍ୟ ଲୋକଙ୍କ ଠାରୁ ସ୍କ୍ରାପ୍‌ ନେଇ ବଅଁରପାଳରେ ଥିବା ଏକ କବାଡ଼ିଆ ଦୋକାନୀଙ୍କୁ ବିକ୍ରି କରୁଥିଲେ। କବାଡିଆ ଦୋକାନ ମାଲିକଙ୍କ ଠାରୁ ବୁବୁ ମାସିକିଆ ବଟି ନେଉଥିଲେ। ଏମିତିକି ବଟି ଦେବା ସତ୍ତ୍ୱେ ବୁବୁ କବାଡିଆ ଦୋକାନୀ ମାଲିକଙ୍କୁ ବିଭିନ୍ନ ସମୟରେ ବାଡ଼ିଆପିଟା କରୁଥିଲେ। ଏପରି କି ନିଜେ ଏହି ବ୍ୟବସାୟ କରିବା ପାଇଁ ସ୍ଥିର କରିଥିଲେ। ଅନ୍ୟପଟେ ସ୍କ୍ରାପ୍‌ ବିକ୍ରି ଦର ନେଇ ଅଭିଯୁକ୍ତ କାଠି ଓ ବୁବୁଙ୍କ ମଧ୍ୟରେ ଶତ୍ରୁତା ଦେଖାଦେଇଥିଲା। ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିବା ବେଳେ ସ୍କ୍ରାପ ବିକ୍ରିକୁ ନେଇ ତିକ୍ତତା ଅଧିକ ବଢ଼ିଯାଇଥିଲା। ଫଳରେ ବୁବୁଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ କାଠିଙ୍କ ସହିତ ଅନ୍ୟ ଅଭିଯୁକ୍ତମାନେ ଯୋଜନା କରିଥିଲେ। ୧୪ ତାରିଖ ଅପରାହ୍ନ ସାଢ଼େ ୨ଟା ବେଳେ ଅଭିଯୁକ୍ତମାନେ ବ୍ୟବସାୟ ସମ୍ପର୍କିତ ଆଲୋଚନା ପାଇଁ ବୁବୁଙ୍କୁ ଡାକି ଏକ ବୋଲେରୋରେ ଛେଳିଆପଡ଼ା ବାଇପାସକୁ ନେଇ ଗଳା କାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri