ରାଉରକେଲାରେ ପ୍ରେଷ୍ଟିଜ୍‌ର ଏକ୍ସକ୍ଲୁଜିଭ୍‌ ଷ୍ଟୋର

ରାଉରକେଲା,୧୭।୭(ବିପ୍ଳବ ରଞ୍ଜନ ଦାଶ): ପ୍ରେଷ୍ଟିଜ୍‌ର ଏକ୍ସକ୍ଲୁଜିଭ୍‌ ଷ୍ଟୋର ପ୍ରଥମ ଥର ପାଇଁ ରାଉରକେଲା ଡେଲି ମାର୍କେଟସ୍ଥିତ ହରିୟାଣା ଭବନ ନିକଟରେ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଅଙ୍କିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଶୋ’ରୁମ୍‌କୁ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ପ୍ରେଷ୍ଟିଜ କମ୍ପାନୀର ଏରିଆ ସେଲ୍ସ ମ୍ୟାନେଜର ରବିନ୍ଦ୍ର କୁମାର ମହାପାତ୍ର, ରାଉରକେଲା ସେଲ୍ସ ଅଧିକାରୀ ବୃନ୍ଦାବନ ବାରିକ, ସର୍ଭିସ ମ୍ୟାନେଜର ସୁଜିତ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶୋ’ରୁମ୍‌ ମାଲିକ ସୁମିତ ଗୁପ୍ତା, ସରିତା ଗୁପ୍ତା ଏବଂ ଚନ୍ଦୁଲାଲ ଗୁପ୍ତା, ରାଉରକେଲା ପ୍ରେଷ୍ଟିଜ ଏକ୍ସକ୍ଲୁଜିଭ ଶୋ’ରୁମ୍‌ ମ୍ୟାନେଜର ଅମିତ କୁମାର ଭୂୟାଁ ଓ ସୋମ୍ୟଦୀପ ରୟ ଉପସ୍ଥିତ ଥିଲେ। ଶୋ’ରୁମ୍‌ରେ ଗ୍ୟାସ୍‌ ଚୁଲା, ପ୍ରେସର କୁକର, ନନ୍‌ଷ୍ଟିକ, ଇଣ୍ଡକଶନ ଠାରୁ ଆରମ୍ଭ କରି ସମସ୍ତ ରୋଷେଇ ସମ୍ପର୍କିତ ଘରୋଇକରଣ ଉପଲବ୍ଧ ରହିଛି। ଏହିସବୁ ସାମଗ୍ରୀ କିଣିବା ପାଇଁ ଇଏମ୍‌ଆଇ ସାଙ୍ଗକୁ ମାଗଣା ଘରୋଇ ସେବା ବ୍ୟବସ୍ଥା ମଧ୍ୟ ରହିଛି। ଶୋ’ରୁମ୍‌ରୁ କୌଣସି ସାମଗ୍ରୀ କିଣିଥିବା ପ୍ରଥମ ୫୦ ଜଣ ଗ୍ରାହକଙ୍କ ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଉପହାର ବ୍ୟବସ୍ଥା କରାଯାଇଛି। ରାଉରକେଲାରେ ଖୋଲିଥିବା ପ୍ରେଷ୍ଟିଜ୍‌ କମ୍ପାନୀର ଏହି ଶୋ’ରୁମ୍‌ରେ ମାତ୍ର ୧୩୦ ଟଙ୍କାରୁ ଆରମ୍ଭ କରି ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ସମସ୍ତ ଘରୋଇ ଉପକରଣ ସହରବାସୀଙ୍କୁ ଉପଲବ୍ଧ ହେବ। ଶେଷରେ ଶୋ’ରୁମ ମ୍ୟାନେଜର ଅମିତ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri