ଟିପିଏସ୍‌ଡିଆଇ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ

ଭୁବନେଶ୍ୱର, ୧୭।୭: ଟାଟା ପାଓ୍ବାର ସ୍କିଲ୍‌ ଡେଭେଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ (ଟିପିଏସ୍‌ଡିଆଇ) ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ ( ଓ୍ବାର୍ଲଡ ୟୁଥ୍‌ ସ୍କିଲ୍‌ ଡେ) ପାଳିତ ହୋଇଯାଇଛି। ବିଶେଷକରି ବିଦ୍ୟୁତ୍‌ ଶକ୍ତି କ୍ଷେତ୍ରରେ ଆବଶ୍ୟକ ଓ ସବୁଜ ନିଯୁକ୍ତି ଦକ୍ଷତା ଉପରେ କାର୍ଯ୍ୟ କରୁଥିବା ଟିପିଏସ୍‌ଡିଆଇ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ ଏକ ବିରଳ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ ଅନୁଷ୍ଠାନ ଭାବେ ଟିପିଏସ୍‌ଡିଆଇ ପକ୍ଷରୁ ନିଯୁକ୍ତି ହାସଲ ଯୋଗ୍ୟ ତାଲିମ ପ୍ରଦାନ କରି ଯୁବବର୍ଗ ଓ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରାଯାଉଛି। ସେହିଭଳି ଅନୁଷ୍ଠାନ ପକ୍ଷରୁ କମ୍ପାନୀର ‘ସଷ୍ଟେନେବଲ୍‌ ଇଜ୍‌ ଆଟେନେବଲ୍‌’ମିସନ୍‌ ଅନୁସାରେ ଅକ୍ଷୟ ଶକ୍ତି କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ତାଲିମ ଦିଆଯାଉଛି। ଏ ସମ୍ପର୍କରେ ଟାଟା ପାୱାରର ମୁଖ୍ୟ ଏଚ୍‌ଆର୍‌, ସିଏସ୍‌ଆର୍‌ ଓ ସଷ୍ଟେନବିଲିଟି ହିମଳ ତିୱାରୀ କହିଛନ୍ତି, ଏକ ରୂପାନ୍ତରିତ ଭବିଷ୍ୟତ ପାଇଁ ପ୍ରଗତିଶୀଳ ଓ ଦକ୍ଷତା ଗଠନ ଜରିଆରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ଉପରେ ଟାଟା ପାୱାର ବିଶ୍ୱାସ କରିଥାଏ। ଏପରିକି କମ୍ପାନୀର ଉଦ୍ୟମଗୁଡିକ ଆମ ସମାଜର ଯୁବବର୍ଗଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ ରଖିବା ଦିଗରେ କେନ୍ଦ୍ରୀଭୂତ ରହିଛି। ସେହିଭଳି ଟିପିଏସ୍‌ଡିଆଇ ଜରିଆରେ ଆମେ ଏକ ବ୍ୟବସ୍ଥା ବିକାଶ କରିଛୁ, ଯାହା ସବୁଜ ଓ ସ୍ମାର୍ଟ ଶକ୍ତି ପ୍ରଯୁକ୍ତିକୁ ଧ୍ୟାନରେ ରଖି ଯୁବପିଢ଼ିଙ୍କ୍‌ୁ ତାଲିମ ପ୍ରଦାନ କରି ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ନିଯୁକ୍ତି ଓ ଉଦ୍ୟୋଗତାର ସୁଯୋଗ ଖୋଲୁଛି ବୋଲି ତିୱାରୀ ମତପ୍ରକାଶ କରିଛନ୍ତି। ଯୁବପିଢ଼ିଙ୍କୁ ନିଯୁକ୍ତି, ସମ୍ମାନଜନକ କାର୍ଯ୍ୟ ଓ ଉଦ୍ୟୋଗତା ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବାର ଗୁରୁତ୍ୱ ବିଷୟରେ ଜଣାଇବା ଲାଗି ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁଲାଇ ୧୫କୁ ବିଶ୍ୱ ଯୁବ ଦକ୍ଷତା ଦିବସ ଭାବେ ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri