Posted inଜାତୀୟ

ପ୍ରେମିକାଙ୍କୁ ୭ ଖଣ୍ଡ କରି କୂଅରେ ଫିଙ୍ଗିଦେଲେ ପୂର୍ବତନ ଗାଁ ମୁଖିଆ

ନୂଆଦିଲ୍ଲୀ,୨୨।୮: ଉତ୍ତରପ୍ରଦେଶର ଝାନ୍ସି ଜିଲାର କିଶୋରପୁରା ଗାଁରେ ଜଣେ ମହିଳାଙ୍କ ଖଣ୍ଡିତ ଶରୀର କୂଅରୁ ଉଦ୍ଧାର ହୋଇଛି। ପୋଲିସ ଏହି ହତ୍ୟା ମାମଲାରେ ପୂର୍ବତନ ଗାଁ ମୁଖିଆ ସଞ୍ଜୟ ପଟେଲ ଓ ତାଙ୍କ ଭାଇ ସନ୍ଦୀପ ପଟେଲଙ୍କୁ ଗିରଫ କରିଛି। ତୃତୀୟ ଅଭିଯୁକ୍ତ ପ୍ରଦୀପ ଅହିରୱାର ଫେରାର ଅଛନ୍ତି।

ଅଗଷ୍ଟ ୮ରେ ସଞ୍ଜୟ ଓ ତାଙ୍କ ସହଯୋଗୀମାନେ ପ୍ରେମିକା ରଚନା ୟାଦବଙ୍କୁ ଗଳା ଟିପି ହତ୍ୟା କରିଥିଲେ। ବିବାହ ପାଇଁ ରଚନାଙ୍କ ବାରମ୍ବାର ଚାପ ଯୋଗୁଁ ସଞ୍ଜୟ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି। ଶରୀରକୁ ୭ ଖଣ୍ଡ କରି ବସ୍ତାରେ ଭର୍ତ୍ତି କରି କୂଅ ଓ ପୋଲ ନିକଟରେ ଫୋପାଡ଼ି ଦିଆଯାଇଥିଲା।

ଅଗଷ୍ଟ ୧୩ରେ ଜଣେ କୃଷକ କୂଅରୁ ଦୁର୍ଗନ୍ଧ ଆସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। କୂଅରୁ ଦୁଇଟି ବସ୍ତାରେ ମହିଳାଙ୍କ ଶରୀରର ଅଂଶ ମିଳିଥିଲା। ଅଗଷ୍ଟ ୧୭ରେ ହାତ ଉଦ୍ଧାର ହୋଇଥିଲା, କିନ୍ତୁ ମୁଣ୍ଡ ଓ ଗୋଡ଼ ମିଳିନଥିଲା। ଗୁରୁବାର ଦିନ ଲଖେରୀ ନଦୀରୁ ମୁଣ୍ଡ ଉଦ୍ଧାର ହୋଇଛି।

ଝାନ୍ସି ଏସଏସପିଙ୍କ ନେତୃତ୍ୱରେ ୮ଟି ତଦନ୍ତ ଟିମ୍ ଗଠନ କରାଯାଇଥିଲା। ୧୦୦ରୁ ଅଧିକ ଗାଁଲୋକଙ୍କୁ ପଚରାଉଚରା ଓ ୨୦୦ରୁ ଅଧିକ ସିସିଟିଭି ଫୁଟେଜ ଯାଞ୍ଚ ପରେ ହଜାର ହଜାର ପୋଷ୍ଟର ବାଣ୍ଟି ମୃତାଙ୍କୁ ଟିକମଗଡ଼ର ବିଧବା ରଚନା ୟାଦବ ବୋଲି ଚିହ୍ନଟ କରାଯାଇଛି। ରଚନାଙ୍କ ଭାଇ ପୋଷ୍ଟର ଦେଖି ତାଙ୍କୁ ଚିହ୍ନିଥିଲେ।

ପୋଲିସ ଅନୁସାରେ, ରଚନା ଓ ସଞ୍ଜୟଙ୍କ ମଧ୍ୟରେ ଏକ ଆଇନଗତ ବିବାଦ ସମୟରେ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ତଦନ୍ତ ଟିମ୍ ପାଇଁ ୫୦,୦୦୦ ଟଙ୍କା ଓ ଫେରାର ଅଭିଯୁକ୍ତ ପ୍ରଦୀପଙ୍କ ପାଇଁ ୨୫,୦୦୦ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri