Posted inଜାତୀୟ

ପ୍ରେମିକାଙ୍କୁ ୭ ଖଣ୍ଡ କରି କୂଅରେ ଫିଙ୍ଗିଦେଲେ ପୂର୍ବତନ ଗାଁ ମୁଖିଆ

ନୂଆଦିଲ୍ଲୀ,୨୨।୮: ଉତ୍ତରପ୍ରଦେଶର ଝାନ୍ସି ଜିଲାର କିଶୋରପୁରା ଗାଁରେ ଜଣେ ମହିଳାଙ୍କ ଖଣ୍ଡିତ ଶରୀର କୂଅରୁ ଉଦ୍ଧାର ହୋଇଛି। ପୋଲିସ ଏହି ହତ୍ୟା ମାମଲାରେ ପୂର୍ବତନ ଗାଁ ମୁଖିଆ ସଞ୍ଜୟ ପଟେଲ ଓ ତାଙ୍କ ଭାଇ ସନ୍ଦୀପ ପଟେଲଙ୍କୁ ଗିରଫ କରିଛି। ତୃତୀୟ ଅଭିଯୁକ୍ତ ପ୍ରଦୀପ ଅହିରୱାର ଫେରାର ଅଛନ୍ତି।

ଅଗଷ୍ଟ ୮ରେ ସଞ୍ଜୟ ଓ ତାଙ୍କ ସହଯୋଗୀମାନେ ପ୍ରେମିକା ରଚନା ୟାଦବଙ୍କୁ ଗଳା ଟିପି ହତ୍ୟା କରିଥିଲେ। ବିବାହ ପାଇଁ ରଚନାଙ୍କ ବାରମ୍ବାର ଚାପ ଯୋଗୁଁ ସଞ୍ଜୟ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି। ଶରୀରକୁ ୭ ଖଣ୍ଡ କରି ବସ୍ତାରେ ଭର୍ତ୍ତି କରି କୂଅ ଓ ପୋଲ ନିକଟରେ ଫୋପାଡ଼ି ଦିଆଯାଇଥିଲା।

ଅଗଷ୍ଟ ୧୩ରେ ଜଣେ କୃଷକ କୂଅରୁ ଦୁର୍ଗନ୍ଧ ଆସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। କୂଅରୁ ଦୁଇଟି ବସ୍ତାରେ ମହିଳାଙ୍କ ଶରୀରର ଅଂଶ ମିଳିଥିଲା। ଅଗଷ୍ଟ ୧୭ରେ ହାତ ଉଦ୍ଧାର ହୋଇଥିଲା, କିନ୍ତୁ ମୁଣ୍ଡ ଓ ଗୋଡ଼ ମିଳିନଥିଲା। ଗୁରୁବାର ଦିନ ଲଖେରୀ ନଦୀରୁ ମୁଣ୍ଡ ଉଦ୍ଧାର ହୋଇଛି।

ଝାନ୍ସି ଏସଏସପିଙ୍କ ନେତୃତ୍ୱରେ ୮ଟି ତଦନ୍ତ ଟିମ୍ ଗଠନ କରାଯାଇଥିଲା। ୧୦୦ରୁ ଅଧିକ ଗାଁଲୋକଙ୍କୁ ପଚରାଉଚରା ଓ ୨୦୦ରୁ ଅଧିକ ସିସିଟିଭି ଫୁଟେଜ ଯାଞ୍ଚ ପରେ ହଜାର ହଜାର ପୋଷ୍ଟର ବାଣ୍ଟି ମୃତାଙ୍କୁ ଟିକମଗଡ଼ର ବିଧବା ରଚନା ୟାଦବ ବୋଲି ଚିହ୍ନଟ କରାଯାଇଛି। ରଚନାଙ୍କ ଭାଇ ପୋଷ୍ଟର ଦେଖି ତାଙ୍କୁ ଚିହ୍ନିଥିଲେ।

ପୋଲିସ ଅନୁସାରେ, ରଚନା ଓ ସଞ୍ଜୟଙ୍କ ମଧ୍ୟରେ ଏକ ଆଇନଗତ ବିବାଦ ସମୟରେ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ତଦନ୍ତ ଟିମ୍ ପାଇଁ ୫୦,୦୦୦ ଟଙ୍କା ଓ ଫେରାର ଅଭିଯୁକ୍ତ ପ୍ରଦୀପଙ୍କ ପାଇଁ ୨୫,୦୦୦ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri