Categories: ଜାତୀୟ

ରାମ ଜନ୍ମଭୂମି ରାୟ ବିଳମ୍ବ କରିବାକୁ ଚାପ ପକାଯାଉଥିଲା: ପୂର୍ବତନ ବିଚାରପତି

ନୂଆଦିଲ୍ଲୀ, ୪।୬(ପି.ଟି.): ବଳାତ୍କାରର ସମ୍ମୁଖୀନ ହୋଇଥିବା ଜଣେ ମହିଳା ମାଙ୍ଗଳିକ କି ନୁହେଁ, ତାହା ଉପରେ ନିଷ୍ପତ୍ତି ନେବା ଲାଗି ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗକୁ ଆଲ୍ଲାହାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏଭଳି ଅସ୍ବାଭାବିକ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଶନିବାର ସ୍ଥଗିତାଦେଶ ଲଗାଇଛନ୍ତି।
ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲାକୁ ବିଚାରକୁ ନେଇ ଶନିବାର ଏକ ସ୍ବତନ୍ତ୍ର ଅଧିବେଶନରେ ଶୁଣାଣି କରିଥିଲେ। ଜାମିନ ଆବେଦନର ଶୁଣାଣି ବେଳେ ଜ୍ୟୋତିଷ ରିପୋର୍ଟ ମଗାଯିବାର କାରଣ ଜଣାପଡ଼ୁନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଉତ୍ତରପ୍ରଦେଶର ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତ ଜଣକ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ମେ’ ୨୩ରେ ହାଇକୋର୍ଟ ଜାମିନ ଆବେଦନର ଶୁଣାଣି କରି ପୀଡ଼ିତା ମାଙ୍ଗଳିକ କି ନୁହେଁ, ସୁନିଶ୍ଚିତ କରିବା ପାଇଁ ଜ୍ୟୋତିଷ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମହିଳା ଜଣକ ମାଙ୍ଗଳିକ ହୋଇଥିବାରୁ ଅଭିଯୁକ୍ତଙ୍କ ସହ ତାଙ୍କର ବିବାହ କରାଯାଇପାରିବ ନାହିଁ ବୋଲି ଅଭିଯୁକ୍ତଙ୍କ ପକ୍ଷର ଓକିଲ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ପୀଡ଼ିତା ମାଙ୍ଗଳିକ ନୁହନ୍ତି ବୋଲି ତାଙ୍କ ଓକିଲ ହାଇକୋର୍ଟଙ୍କୁ କହିଥିଲେ।
ହିନ୍ଦୁ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମଙ୍ଗଳ ଗ୍ରହ ପ୍ରଭାବରେ ଜନ୍ମିତ ବ୍ୟକ୍ତିଙ୍କର ମଙ୍ଗଳ ଦୋଷ ରହିଥିବା ବିଶ୍ୱାସ କରାଯାଏ ଓ ତାଙ୍କୁ ‘ମାଙ୍ଗଳିକ’ କୁହାଯାଇଥାଏ। ଜଣେ ମାଙ୍ଗଳିକ ଓ ଅମାଙ୍ଗଳିକଙ୍କ ମଧ୍ୟରେ ବିବାହ ଅଶୁଭ ଓ ବିପଜ୍ଜନକ ହୋଇପାରେ ବୋଲି ଅଧିକାଂଶ ଅନ୍ଧବିଶ୍ୱାସୀ ହିନ୍ଦୁ ବିଶ୍ୱାସ କରିଥାନ୍ତି। ଜଷ୍ଟିସ୍‌ ସୁଧାଂଶୁ ଧୁଲିଆ ଏବଂ ପଙ୍କଜ ମିଥଲଙ୍କ ଖଣ୍ଡପୀଠ ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପ୍ରଶ୍ନ କରିଥିଲେ। ଏହା ଚିନ୍ତାଜନକ ବୋଲି ମେହେଟ୍ଟା କହିବା ସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଲଗାଇବାକୁ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ଉଭୟ ପକ୍ଷଙ୍କ ମତାମତ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଅଭିଯୁକ୍ତଙ୍କ ପକ୍ଷର ଓକିଲ କହିବାରୁ ଏହା ମାମଲାଠାରୁ ସମ୍ପୂର୍ଣ୍ଣ ବାହାରେ ବୋଲି ସର୍ବୋଚ୍ଚ ଅଦାଲତ କହିବା ସହ ଏହାଦ୍ୱାରା ଗୋପନୀୟତା ଅଧିକାର କ୍ଷୁଣ୍ଣ ହେବ ବୋଲି କହିଥିଲେ।

Share