Posted inଜାତୀୟ

ଆଲୋଚନା ଲାଗି ରୁଷିଆ ଉପରେ ଚାପ

ନୂଆଦିଲ୍ଲୀ,୯।୧୧: ମସ୍କୋ ଗସ୍ତରେ ଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ତାଙ୍କ ରୁଷିଆ ପ୍ରତିପକ୍ଷ ସର୍ଗେଇ ଲାଭରୋଭ୍‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ଦୁଇ ନେତା ୟୁକ୍ରେନ୍‌ ଯୁଦ୍ଧ ସମେତ ନିର୍ଦ୍ଦିଷ୍ଟ ଆଞ୍ଚଳିକ ସମସ୍ୟା ଓ ବିଶ୍ୱ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ସମାଧାନ ନିମନ୍ତେ ମସ୍କୋ ଆଲୋଚନାକୁ ଫେରିବା ଲାଗି ଜୟଶଙ୍କର ଚାପ ପକାଇଛନ୍ତି। କୋଭିଡ୍‌ ମହାମାରୀ, ଆର୍ଥତ୍କ ଚାପ ଏବଂ ବାଣିଜି୍ୟକ ସମସ୍ୟାକୁ ନେଇ ଗତ କିଛିବର୍ଷ ହେଲା ଅନ୍ତର୍ଜାତୀୟ ସ୍ଥିତି ଉଦ୍‌ବେଗଜନକ ରହିଛି। ଏଥିପାଇଁ ବିଶ୍ୱ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ୟୁକ୍ରେନ୍‌ ଯୁଦ୍ଧ ଏହାର ଏକ ବଡ଼ ପରିଣାମ ଭାବେ ଦେଖାଦେଇଥିବା ଜୟଶଙ୍କର କହିଛନ୍ତି। ଏହା ବ୍ୟତୀତ ଆତଙ୍କବାଦ ଏବଂ ଜଳବାୟୁ ପରିବର୍ତ୍ତନ ଦୁଇଟି ମୁଖ୍ୟ ଏବଂ ସ୍ଥାୟୀ ସମସ୍ୟା ହୋଇ ରହିଆସିଛି ଯାହା ବିକାଶ ଓ ସମୃଦ୍ଧି ଉପରେ ଧ୍ୱଂସାତ୍ମକ ପ୍ରଭାବ ପକାଉଛି। ଆଲୋଚନା ମାଧ୍ୟମରେ ଆଞ୍ଚଳିକ ସମସ୍ୟା ସମେତ ବିଶ୍ୱ ସ୍ଥିତିର ସମାଧାନ କରାଯାଇପାରିବ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରୀ କହିଛନ୍ତି। ଭାରତ ଓ ରୁଷିଆର ବନ୍ଧୁତା ବିଶାଳ ଓ ସମୟ ସହ ପରୀକ୍ଷିତ। ଏହାକୁ ଆହୁରି ବଢ଼ାଇବା ଓ ଦୀର୍ଘସ୍ଥାୟୀ କରିବା ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ଏହି ଅବସରରେ ଜୟଶଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri