କୋଟାରେ ଚାପ

ରାଗିଂ ହେତୁ ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କ ମୃତ୍ୟୁ ହେବା ପରେ ରାଜସ୍ଥାନ କୋଟାରେ ଦୁଇ ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି। କୋଚିଂ ହବ୍‌ ଭାବେ ଜଣାଶୁଣା କୋଟାରେ ଅଗଷ୍ଟ ୨୭ଦିନ ୬ ଘଣ୍ଟା ମଧ୍ୟରେ ୨ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। କୋଚିଂ ସେଣ୍ଟର ଦ୍ୱାରା କରାଯାଉଥିବା ସପ୍ତାହାନ୍ତ ପରୀକ୍ଷା ଶେଷ ହେବା ପରେ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ମହାରାଷ୍ଟ୍ର ଲାଟୁରର ଆବିଷ୍କାର କାସ୍‌ଲେ ପରୀକ୍ଷା ଦେଇ ସାରି କୋଚିଂ ସେଣ୍ଟରର ୬ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହାର କିଛି ଘଣ୍ଟା ବ୍ୟବଧାନରେ ଭଡ଼ା ଘରେ ରହୁଥିବା ବିହାରର ଆଦର୍ଶ ରାଜ ଫ୍ୟାନ୍‌ରେ ଝୁଲିପଡ଼ି ଜୀବନ ହାରିଥିଲେ। ଏହି ଘଟଣା ପରେ କୋଟାର ଜିଲାପାଳ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ କୌଣସି ପରୀକ୍ଷା ନ କରିବା ଲାଗି କୋଚିଂ ସେଣ୍ଟରଗୁଡ଼ିକୁ ନିର୍ଦ୍ଦେଶ ଦେଇଥିବା ବେଳେ ସମସ୍ତ ରୁମ୍‌ରେ ସ୍ପ୍ରିଙ୍ଗ ଲଗା ଫ୍ୟାନ୍‌ (ଆଣ୍ଟି ସୁଇସାଇଡ ଡିଭାଇସ) ରଖିବାକୁ କହିଛନ୍ତି। ଏହା ବ୍ୟତୀତ ପରୀକ୍ଷା କିମ୍ବା କ୍ଲାସ୍‌ ନ ଥିବା ସମୟରେ ଅତିକମ୍‌ରେ ଗୋଟିଏ ଦିନ ପିଲାଙ୍କୁ ଫାଙ୍କା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କୋଟାର ପ୍ରଶାସନ ଏବେ ଯେଉଁ ଅଦ୍ଭୁତ ପ୍ରତିକ୍ର୍ରିୟା ପ୍ରକାଶ କରିଛି ଓ ଫ୍ୟାନରେ ସେନସର ଲଗାଇବା ଲାଗି ଯାହା କହିଛନ୍ତି ତାହା ଅଦୂରଦର୍ଶୀ ମନେହୁଏ। ଗତ ବର୍ଷ ସାପ୍ତାହିକ ଅପ୍‌ଡେ ଏବଂ ପିଲା ଓ ଶିକ୍ଷକମାନଙ୍କ ମନସ୍ତାତ୍ତ୍ୱିକ ସ୍ଥିତିର ଆକଳନ କରାଯିବା ଲାଗି ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା ତାହା ଏବେ ନାଲିଫିତା ତଳେ ରହିଛି। ଅଭିଭାବକମାନେ ମଧ୍ୟ ପିଲାମାନଙ୍କ ମାନସିକ ସ୍ଥିତି ପ୍ରତି ନଜର ନ ଦେଇ ଚୁପ ବସିଯାଉଛନ୍ତି। ଅନ୍ୟପକ୍ଷରେ ନିୟମିତ କାଉନସେଲିଂ ଉପରେ କୋଚିଂ ସେଣ୍ଟର ମାଲିକ କିମ୍ବା ଅଭିଭାବକମାନଙ୍କର କୌଣସି ଗୁରୁତ୍ୱ ନ ଥିବା ମନେହେଉଛି, ଯାହାର ପରିଣାମ ସ୍ବରୂପ ଆତ୍ମହତ୍ୟା ବଢ଼ିଚାଲିଛି।
ଦେଶର ବିଭିନ୍ନ ଅଞ୍ଚଳରୁ ମେଡ଼ିକାଲ ପାଇଁ ନିଟ୍‌ ଓ ଇଞ୍ଜିନିୟରିଂ ଲାଗି ଜେଇଇ ଏବଂ ଅନ୍ୟାନ୍ୟ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ସକାଶେ କୋଚିଂ ନେବା ପାଇଁ ଛାତ୍ରୀଛାତ୍ରମାନେ କୋଟା ଆସିଥାଆନ୍ତି। ଏବେ ପାଖାପାଖି ୩ ଲକ୍ଷ ଆଶାୟୀ କୋଟାର କୋଚିଂ ସେଣ୍ଟରଗୁଡ଼ିକରେ ନାମ ଲେଖାଇଛନ୍ତି। ଏମାନଙ୍କ ମଧ୍ୟରେ ସିଂହଭାଗ ହେଉଛନ୍ତି ନିଟ୍‌ ଆଶାୟୀ। ତେବେ ଏଭଳି ଏକ ଶୈକ୍ଷିକ ପରିବେଶରେ ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ପ୍ରକାଶ ପାଇବା ଉଦ୍‌ବେଗର ବିଷୟ। ପ୍ରଶାସନିକ ଅବହେଳା ଓ ଅଭିଭାବକଙ୍କ ଅଣଦେଖା ମନୋଭାବ ଆଶାୟୀଙ୍କ ଆତ୍ମହତ୍ୟା ଉପରେ ଅଙ୍କୁଶ ଆଣିପାରୁନାହିଁ। ଚଳିତ ବର୍ଷ ଏବେ ସୁଦ୍ଧା ମୋଟ ୨୪ ଜଣ ଆଶାୟୀ ଆତ୍ମହତ୍ୟା କରଛନ୍ତିି। ଅର୍ଥାତ୍‌ ମାସକୁ ହାରାହାରି ୩ ଜଣ ଜୀବନ ହାରୁଛନ୍ତି। ବିଗତ ୮ ବର୍ଷରେ ଏହି ସଂଖ୍ୟା ସର୍ବାଧିକ। କେବଳ ଚଳିତ ମାସରେ କୋଟାରେ ୬ ଜଣ ଆତ୍ମହତ୍ୟା କରିସାରିଲେଣି। ଏହିସବୁ ତଥ୍ୟ ସାଧାରଣରେ ଦେଶବାସୀଙ୍କୁ ବିଚଳିତ କରିବା କଥା। ମନେରଖିବାକୁ ହେବ ଯେ, ଉଚ୍ଚକୋଟୀର ଛାତ୍ରୀଛାତ୍ର ଏହିଭଳି ପରୀକ୍ଷା ଦେବା ପାଇଁ ନିଜେ ଇଚ୍ଛାପ୍ରକାଶ କରିଥାନ୍ତି ନଚେତ ତାଙ୍କର ପରିବାର ତରଫରୁ ପ୍ରବଳ ଚାପ ପଡ଼ିଥାଏ। ଆତ୍ମହତ୍ୟା କରିବା ଏକ ସହଜ କାର୍ଯ୍ୟ ନୁହେଁ। ସେଭଳି ମାନସିକ ଶକ୍ତି ସହିତ ଅପୂର୍ବ ଭୟ ସୃଷ୍ଟି ହେଲେ ମଣିଷ ଆତ୍ମହତ୍ୟା କରିଥାଏ। ସମ୍ଭବତଃ ମଣିଷ ବ୍ୟତୀତ ଅନ୍ୟ କୌଣସି ଜୀବ ଆତ୍ମହତ୍ୟା କରନ୍ତି ନାହିଁ। ତେବେ ଭାରତରେ ଅଭିଭାବକମାନଙ୍କର ଅଯଥା ଚାପ ଯୋଗୁ ପିଲାଙ୍କ ମନରେ ଆଶଙ୍କା ଜନ୍ମ ନେଇଥାଏ। ହାରିଯିବାର ଭୟ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ଠେଲିଦିଏ। ଏଭଳି ପରିସ୍ଥିତିରେ କୌଣସି ଜିଲା ପ୍ରଶାସକ, ପୋଲିସ କିମ୍ବା ଶିକ୍ଷା ଓ କୋଚିଂ ଅନୁଷ୍ଠାନ ସାହାଯ୍ୟ କରିପାରିବ ବୋଲି ବିଶ୍ୱାସ ହେଉନାହିଁ।
ଏହି ସମସ୍ୟାର ଗୋଟିଏ ମାତ୍ର ସମାଧାନ ରହୁଛି ଛାତ୍ରୀଛାତ୍ରଙ୍କ ପରିବାର ସହିତ। ଯଦି ମାତାପିତା କିମ୍ବା ପରିବାରର ଅନ୍ୟମାନଙ୍କ ଚାପ ହ୍ରାସ ହୋଇପାରନ୍ତା, ତେବେ ସମ୍ଭବତଃ, ଏତେ ଜୀବନ ହାନି ଘଟିବା ରୋକାଯାଇପାରନ୍ତା। ଏଥିପାଇଁ ଆବଶ୍ୟକ ହେଉଛି ସାମାଜିକ ପରିବର୍ତ୍ତନ। ତାହା କେତେଦୂର ସମ୍ଭବପର ସେ ସମ୍ପର୍କରେ ଆମେ ସମସ୍ତେ ନିଜ ଭିତରକୁ ଦେଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri