ଗାଡ଼ିରେ ଲେଖାଥିଲା ପ୍ରେସ୍‌, ଭିତରୁ ବାହାରିଲା ମେଣ୍ଢା; ପୂରା ଘଟଣା ଜାଣିଲେ…

ଶ୍ରୀନଗର,୧୬ା୭: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଫଟୋଟି ଜମ୍ମୁ-କଶ୍ମୀରର ବୋଲି ଜଣାପଡୁଛି। ଏହି ଫଟୋରେ ଏକ ଅଟୋରେ ପ୍ରେସ୍‌ ଲେଖା ହୋଇଛି। ମାତ୍ର ଏହା ଭିତରେ ଏକ ମେଣ୍ଢା ଥିବା ଦେଖିବାକୁ ମିଳିଛି।

କଶ୍ମୀରଲାଇଫ୍‌ ଏହି ଭିଡିଓଟିକୁ ଶେୟାର କରିଛି। ଏଥିରେ କ୍ୟାପଶନ ଲେଖାଯାଇଛି। ‘ଏକ ମେଣ୍ଢାକୁ ଗାଡ଼ିରେ ନିଆଯାଉଥିବା ଫଟୋ। ଯେଉଁ ଗାଡ଼ିରେ ମେଣ୍ଢା ଯାଉଛି ସେଥିରେ ଲେଖାହୋଇଛି ପ୍ରେସ୍‌। ୧୫ ଜୁଲାଇରେ ଏହି ଫଟୋଟି ଶେୟାର କରାଯାଇଛି। ଯାହାକି ଜମ୍ମୁ-କଶ୍ମୀରରୁ ଅଧିକ ଭାଇରାଲ ହେଉଥିବା ଫଟୋରେ ଗଣାଯାଉଛି। ତେବେ ପ୍ରଶ୍ନ ଉଠୁଛି ପ୍ରେସ୍‌ ଲେଖାଥିବା ଗାଡ଼ିରେ ମେଣ୍ଢା ଯାଉଛି କୁଆଡ଼େ। କେହି କେହି କହିଛନ୍ତି, ଆଗକୁ ବକ୍‌ରୀ ଇଦ୍‌। ତେଣୁ ମେଣ୍ଢା ବଳି ପଡ଼ିବାକୁ ଯାଉଛି। ପ୍ରେସ୍‌ ଲେଖାଥିବା ଗାଡ଼ିରେ ନମ୍ବର ପ୍ଲେଟ୍‌ ନ ଥିବା ବେଳେ ଏହା ପାଖରେ ଛିଡ଼ା ହୋଇଥିବା ଏକ କାର୍‌ ଜମ୍ମୁ-କଶ୍ମୀରର ବୋଲି ସୂଚାଉଛି। ତେଣୁ ଏହି ଅଟୋଟି ମଧ୍ୟ ଏଠାକାର ବୋଲି କୁହାଯାଉଛି। ବକ୍‌ରୀ ଇଦ୍‌ ପାଇଁ ଏବେଠୁ ମେଣ୍ଢା କିଣା ଆରମ୍ଭ ହୋଇଗଲାଣି। ସେଥିପାଇଁ ବେପାରୀମାନେ ଗାଡ଼ିରେ ପ୍ରେସ୍‌ ଲେଖି ଚୋରା କାରବାର କରୁଥିବା ସ୍ପଷ୍ଟ ଜଣାପଡୁଛି।

Share