Posted inଫୁରସତ

ଖଣ୍ଡାର ତୀକ୍ଷ୍‌ଣ ଧାରରେ ପ୍ରେସ୍‌

‘ଗଣମାଧ୍ୟମ’ ଏକ ଶବ୍ଦ ନୁହେଁ, ଏକ କର୍ତ୍ତବ୍ୟ । ଗଣମାଧ୍ୟମ ଗଣତାନ୍ତ୍ରିକ ମୂଳଦୁଆକୁ ମଜଭୁତ କରିଥାଏ। ଏହାର ଭୂମିକା ଅତ୍ୟନ୍ତ ସୁଦୂସୁଦୂରପ୍ରଚାରୀ ଏବଂ ପ୍ରଭାବଶାଳୀ। ଗଣମାଧ୍ୟମର ସ୍ବାଧୀନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସକାଶେ ପ୍ରତିବର୍ଷ ମେ’ ୩ରେ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ପାଳନ କରାଯାଇଥାଏ। ଜାତିସଂଘର ଜନସୂଚନା ବିଭାଗ ୧୯୯୧ରେ ‘ବିଶ୍ବ ପ୍ରେସ ସ୍ବାଧୀନତା ଦିବସ’ ପାଳନ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲା। ୧୯୯୩ରେ ଏହି ଦିବସ ପାଳନ ପାଇଁ ଅନୁମୋଦନ ମିଳିଥିଲା । ଏହି ଅବସରରେ କଲମ୍ବିଆର ଖବରଦାତା ଗିଲିଏର୍ମୋ କାନୋ ଇସାଜାଙ୍କ ସମ୍ମାନାର୍ଥେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ସଂସ୍ଥାକୁ ଗିଲିଏର୍ମୋ କାନୋ ଇସାଜା ପୁରସ୍କାର ପ୍ରଦାନ କରାଯାଇଥାଏ। ୧୭ ଡିସେମ୍ବର ୧୯୮୬ରେ ବୋଗୋଟାସ୍ଥିତ ଖବରକାଗଜ ଏଲ୍‌ ଏସ୍‌ପେକ୍ଟାଡର କାର୍ଯ୍ୟାଳୟ ସମ୍ମୁଖରେ ନିଶା ବେପାରୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ତାଙ୍କୁ ସ୍ମରଣୀୟ କରିବା ଲାଗି ଉପରୋକ୍ତ ପୁରସ୍କାରର ନାମକରଣ କରାଯାଇଛି। କାନୋଙ୍କ ଲେଖା କଲମ୍ବିଆର ଶକ୍ତିଶାଳୀ ଡ୍ରଗ୍ସ ବ୍ୟବସାୟୀ ଗୋଷ୍ଠୀଙ୍କୁ ଅପମାନିତ କରିଥିଲା। ଫଳରେ ସେମାନେ ପ୍ରତିଶୋଧ ନେଇଥିଲେ।
ପ୍ରଗତିଶୀଳ ବିଶ୍ବର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ତଥା ବୈଜ୍ଞାନିକ ସ୍ଥିତି ସମ୍ପର୍କରେ ଜ୍ଞାନ ପ୍ରସାର ପାଇଁ ଗଣମାଧ୍ୟମ ହିଁ ସର୍ବଶ୍ରେଷ୍ଠ ଭୂମିକା ଗ୍ରହଣ କରିଥାଏ। ଖବରଦାତାଙ୍କ ନିଷ୍ଠା, ପ୍ରଚେଷ୍ଟା , ନିର୍ଭୀକତା, ନିରପେକ୍ଷତା ଓ ନ୍ୟାୟ ମନୋଭାବ ଦ୍ବାରା ଗଣମାଧ୍ୟମର ଗୁରୁତ୍ୱ ବୃଦ୍ଧି ପାଇଥାଏ । ହେଲେ ଏହା ଖଣ୍ଡାର ତୀକ୍ଷ୍ମ ଧାରରେ ପରିଚାଳିତ ହେଉଛି । ସତ୍ୟତାର ପରିବେଷଣ ବେଳେ ହିଂସା, ବର୍ବରୋଚିତକାଣ୍ଡ ଦ୍ୱାରା ଖବରଦାତାଙ୍କୁ ଶିକାର ହେବାକୁ ପଡୁଛି । ଗଣମାଧ୍ୟମ ଓ ଖବରଦାତାଙ୍କ ସୁରକ୍ଷାକୁ ନେଇ ଅନେକ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁ ନାହିଁ।
ୟୁନେସ୍କୋ ପ୍ରତିବର୍ଷ ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ଦିବସ ପାଳନ ପୂର୍ବକ ଗଣମାଧ୍ୟମ ବୃତ୍ତିଧାରୀ, ପ୍ରେସ ସ୍ବାଧୀନତା ସଂଗଠନ ଏବଂ ଜାତିସଂଘ ଏଜେନ୍ସିଗୁଡ଼ିକୁ ଏକାଠି କରି ବିଶ୍ୱବ୍ୟାପୀ ପ୍ରେସ ସ୍ବାଧୀନତାର ସ୍ଥିତିକୁ ଅନୁଧ୍ୟାନ କରିବା ଏବଂ ଆହ୍ବାନର ସମାଧାନ ଉପରେ ଆଲୋଚନା କରିଥାଏ । ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ପ୍ରତିବର୍ଷ ଏକ ଥିମ୍‌ ଉପରେ ପର୍ଯ୍ୟବସିତ ହୋଇଥାଏ। ଚଳିତ ବର୍ଷର ବାର୍ତ୍ତା ହେଉଛି, ‘ଶେପିଂ ଏ ଫ୍ୟୁଚର ଅଫ୍‌ ରାଇଟ୍ସ: ଫ୍ରିଡମ ଅଫ୍‌ ଏକ୍ସପ୍ରେସନ ଫର୍‌ ଅଲ୍‌ ଅଦର ହ୍ୟୁମାନ ରାଇଟ୍ସ (ଅଧିକାରର ଭବିଷ୍ୟତ ଗଠନ: ଅନ୍ୟ ସମସ୍ତ ମାନବ ଅଧିକାର ପାଇଁ ଅଭିବ୍ୟକ୍ତି ସ୍ବାଧୀନତାର ପରିପ୍ରକାଶ)।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri