ସମ୍ବଲପୁରରେ ହିଂସା ହେଲେ ଭାଜପା ଦାୟୀ ରହିବ: ବିଜେଡି

ସମ୍ବଲପୁର,୩।୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା ଘଟଣା ଦୁର୍ଭାଗ୍ୟଜନକ। ଏହା ସମସ୍ତଙ୍କୁ ବ୍ୟଥିତ କରିଥିଲା। ପୋଲିସ ଓ ଜିଲା ପ୍ରଶାସନ ସହିତ ଜନସାଧାରଣଙ୍କ ସହଯୋଗରେ ସହରରେ ଶାନ୍ତି ଫେରିଆସିଛି। ଏହି ଘଟଣାରେ ପୋଲିସ ଅନେକଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଛି। ହେଲେ ଭାଜପା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ପଠାଇ ହୀନ ରାଜନୀତି କରୁଛି। ଯଦି ସମ୍ବଲପୁରରେ ଫୁଣି ବିଶୃଙ୍ଖଳା ସୃଷ୍ଟି ହୁଏ ତା’ହେଲେ ରାଜ୍ୟ ଭାଜପା ଦାୟୀ ରହିବ ବୋଲି ଓଡ଼ିଶା ସାଂସ୍କୃତିକ ସମାଜ ଭବନରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ରାଜ୍ୟ ମହିଳା ସଭାପତି ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।
ସେ ଆହୁରି କହିଛନ୍ତି, ସମ୍ବଲପୁର ଶାନ୍ତି ଓ ଭାଇଚାରାର ସହର। ଅପ୍ରୀତିକର ଘଟଣା ପରେ ସବୁ ଧର୍ମର ପ୍ରୟାସ ଯୋଗୁ ଶାନ୍ତି ଫେରିଆସୁଛି। ଏହାକୁ ଆୟୁଧ ଭାବେ ଭାଜପା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌କୁ ବ୍ୟବହାର କରୁଛି। କୋର୍ଟ, ତଦନ୍ତକାରୀ ସଂସ୍ଥା, ମାନବାଧିକାର କମିଶନ, ଏସ୍‌ଟି କମିଶନ ଉପରେ ସେମାନଙ୍କ ଭରସା ନାହିଁ ବୋଲି ଭାଜପା ପ୍ରମାଣ କରୁଛି। ଅପରପକ୍ଷେ ଦେଶର ଭାଜପା ଶାସିତ ରାଜ୍ୟଗୁଡିକରେ ନିୟମିତ ଭାବେ ଅଘଟଣ ଘଟୁଛି। କିନ୍ତୁ ସେଠାକୁ ଭାଜପାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଯାଉନାହିଁ। ଭାଜପାକୁ ଓଡ଼ିଶାବାସୀ ଉଚିତ୍‌ ଜବାବ ଦେଉଛନ୍ତି ଓ ଆଗକୁ ମଧ୍ୟ ଦେବେ ବୋଲି ନେତାମାନେ କହିଥିଲେ। ଖବରଦାତା ସମ୍ମିଳନୀରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଜିଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ବରିଷ୍ଠ ନେତା ନଳିନୀ କାନ୍ତ ପ୍ରଧାନ, ଜିଲା ପରିଷଦ ସଭାପତି କୁମୁଦିନୀ ନାଏକ, ମୁଖପାତ୍ର ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟିକା ସ୍ନେହାଙ୍ଗିନୀ ବକ୍ତବ୍ୟ ଦେବା ପରେ ଖବରଦାତାମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ପୋଲିସ ଓ ପ୍ରଶାସନକୁ ସୁରକ୍ଷା ଦେବାକୁ ବିଜେଡି ଏଭଳି କରୁଛି କି, ପୋଲିସର ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ଦାୟୀ କିଏ, ଆହତ ବିଶ୍ୱନାଥ ଶିଖା ଓ ମୃତ ଚନ୍ଦ୍ରଶେଖର ମିର୍ଦ୍ଧାଙ୍କ ପରିବାର ବର୍ଗଙ୍କୁ ପ୍ରଶାସନ ଓ ବିଜେଡି କର୍ମୀ ନିଜ ଅଧୀନରେ ରଖିବାକୁ ଯୋଜନା କରୁଛନ୍ତି ଭଲି ପ୍ରଶ୍ନ ପଚାରିଥିଲେ। ହେଲେ ବିଧାୟିକା ଛୁରିଆ ପ୍ରଶ୍ନର ଉତ୍ତର ନ ଦେଇ ଏଡାଇ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri