Posted inଜାତୀୟ

ଗଣମାଧ୍ୟମ ସ୍ବାଧୀନତା: ୧୫୧ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୩ା୫: ବୈଶ୍ୱିକ ଗଣମାଧ୍ୟମ ସ୍ବାଧୀନତା ୨୦୨୫ରେ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଥିବା ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ (ଆର୍‌ଏସ୍‌ଏଫ୍‌) ପକ୍ଷରୁ ଶୁକ୍ରବାର ପ୍ରକାଶିତ ବାର୍ଷିକ ର଼୍ୟାଙ୍କିଙ୍ଗ୍‌ ରିପୋର୍ଟରେ କୁହାଯାଇଛି। ଇଣ୍ଟରନ୍ୟାଶନାଲ ପ୍ରେସ୍‌ ଫ୍ରିଡମ୍‌ ଡେ’ର ଦିନକ ପୂର୍ବରୁ ଫ୍ରାନ୍ସର ଅଣଲାଭଦାୟକ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତ ସମେତ ବିଶ୍ୱର ଅର୍ଦ୍ଧାଧିକ ଜନସଂଖ୍ୟା ରହୁଥିବା ଦେଶଗୁଡ଼ିକରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର। ୧୮୦ଟି ଦେଶ ମଧ୍ୟରେ ଭାରତର ସୂଚକାଙ୍କ ୧୫୧ ରହିଛି। ୨୦୨୪ରେ ଭାରତ ୧୫୯ତମ ସ୍ଥାନରେ ଥିଲା। ଗତ ୨୩ ବର୍ଷ ହେଲା ଆର୍‌ଏସ୍‌ଏଫ୍‌ ପ୍ରେସ୍‌ ସ୍ବାଧୀନତାର ଅନୁଧ୍ୟାନ କରିଆସୁଥିବାବେଳେ ଚଳିତ ବର୍ଷ ଏହାର ମୁଖ୍ୟ ସୂଚକାଙ୍କ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି।
ପ୍ରତ୍ୟେକ ଦେଶରେ ଖବରଦାତାମାନଙ୍କ ଉପରେ ହିଂସାକାଣ୍ଡ ସଂଖ୍ୟା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ତଥ୍ୟାବଳୀକୁ ବିଚାରକୁ ନେଇ ବିଶେଷଜ୍ଞମାନେ ଉକ୍ତ ସୂଚକାଙ୍କ ପ୍ରସ୍ତୁତ କରିଛନ୍ତି। ସେମାନେ କୌଣସି ଦେଶ ବା ଅଞ୍ଚଳର ସ୍ଥିତିକୁ ୫ଟି ବର୍ଗ ଯଥା ରାଜନୈତିକ, ଆଇନଗତ, ଅର୍ଥନୈତିକ, ସାମାଜିକ-ସାଂସ୍କୃତିକ ଏବଂ ସୁରକ୍ଷାଗତ ଦୃଷ୍ଟିକୁ ବିଚାରକୁ ନେଇ ଆକଳନ କରିଛନ୍ତି। ଗତ ଜାନୁଆରୀରେ ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଆମେରିକାର ପ୍ରେସ୍‌ ସ୍ବାଧୀନତା ଅତ୍ୟନ୍ତ ଖରାପ ସ୍ଥିତିକୁ ଖସିଆସିଥିବା ରିପୋର୍ଟରେ କୁହାଯାଇଛି। ଟ୍ରମ୍ପ୍‌ ପ୍ରଶାସନ ଅନୁଷ୍ଠାନଗୁଡ଼ିକୁ ଅସ୍ତ୍ର କରିବା ସହ ସ୍ବାଧୀନ ଗଣମାଧ୍ୟମକୁ ସହାୟତା ହ୍ରାସ କରିଛି ଓ ଖବରଦାତାମାନଙ୍କୁ ଅଣଦେଖା କରୁଛି। ଆମେରିକା ସୂଚକାଙ୍କ ୨୦୨୪ ତୁଳନାରେ ୨ ସ୍ଥାନ ତଳକୁ ଖସି ୫୭ରେ ରହିଛି, ଯାହା ପଶ୍ଚିମ ଆଫ୍ରିକାର ସିଏରା ଲିଓନ୍‌ ପଛରେ ରହିଛି। ୟୁରୋପ୍‌ରେ ସାମ୍ବିଦିକମାନେ ସର୍ବାଧିକ ସ୍ବାଧୀନତା ପାଉଥିବାବେଳେ ୧୮୦ଟି ଦେଶ ମଧ୍ୟରେ ଚାଇନା, ଉତ୍ତରକୋରିଆ ଏବଂ ଇରିଟ୍ରିଆ ସର୍ବନିମ୍ନ ର଼୍ୟାଙ୍କ୍‌ରେ ରହିଛି। ପ୍ରେସ୍‌ ସ୍ବାଧୀନତାରେ ଶୀର୍ଷ ୧୦ଟି ସ୍ଥାନରେ ରହିଥିବା ଦେଶଗୁଡ଼ିକ ହେଲେ ନରଓ୍ବେ, ଇଷ୍ଟୋନିଆ, ନେଦରଲାଣ୍ଡସ୍‌, ସୁଇଡେନ୍‌, ଫିନ୍‌ଲାଣ୍ଡ, ଡେନ୍‌ମାର୍କ, ଆୟର୍ଲାଣ୍ଡ, ପର୍ତ୍ତୁଗାଲ, ସୁଇଜରଲାଣ୍ଡ ଏବଂ ଚେକ୍‌ ଗଣରାଜ୍ୟ। ପୂର୍ବବର୍ଷ ଜର୍ମାନୀ ୧୦ମ ସ୍ଥାନରେ ଥିବାବେଳେ ଏଥର ୧୧ତମ ସ୍ଥାନକୁ ଖସିଛି।
ଇସ୍ରାଏଲ୍‌ର ଗାଜା ଆକ୍ରମଣ ଯୋଗୁ ପାଲେଷ୍ଟିନୀୟ ଖବରଦାତାମାନେ ସର୍ବାଧିକ ଅସୁବିଧା ମଧ୍ୟରେ ରହିଛନ୍ତି। ଇସ୍ରାଏଲୀ ସେନା ଅନେକ ନ୍ୟୁଜ୍‌ରୁମ୍‌କୁ ଧ୍ୱଂସ କରିଦେଇଥିବାବେଳେ ପ୍ରାୟ ୨୦୦ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ୧୮ ମାସରୁ ଊର୍ଦ୍ଧ୍ୱ ହେଲା ଗାଜା ଷ୍ଟ୍ରିପ୍‌କୁ ଇସ୍ରାଏଲ୍‌ ଅବରୋଧ କରି ରଖିଥିଲା। ଇସ୍ରାଏଲ୍‌ର ମଧ୍ୟ ପ୍ରେସ୍‌ ସ୍ବାଧୀନତା ର଼୍ୟାଙ୍କ ୧୧ରୁ ୧୧୨ତମ ସ୍ଥାନକୁ ଖସିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri