ବଲାଙ୍ଗୀର ୧୯।୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ରବିବାର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ସଂଗଠନ ତରଫରୁ ଗୋ ସୁରକ୍ଷା ଦାବି ନେଇ ବଲାଙ୍ଗୀର କୃଷି ବିଭାଗ କାର୍ଯ୍ୟାଳୟ କୃଷି ଭବନ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମୀଳନୀ ଅନୁଷ୍ଠିତ ହୋଇଛି। ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଳ କହିଛନ୍ତି ବର୍ତ୍ତମାନ ସମୟରେ ବଲାଙ୍ଗୀର ଜିଲା ତଥା ରାଜ୍ୟରେ ଗୋମାତା ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ। ପ୍ରତ୍ୟେକ ଦିନ କୋଉଁଠି ନା କୋଉଁଠି ବେଆଇନ ଗୋ- ଚାଲାଣ ହେଉଛି ତ କେଉଁଠି ଗୋହତ୍ୟା କରାଯାଉଛି । ପୁଣି ଅନ୍ୟ କୋଉଁଠି ଗୋମାତା ଦୁର୍ଘଟଣାର ଶିକାର ହୋଇ ମତ୍ୟୁବରଣ କରୁଛନ୍ତି। ରାଜ୍ୟରେ ପୁର୍ବ ସରକାର ଏଂ ବର୍ତ୍ତମାନର ସରକାର ହିନ୍ଦୁ ନାରା ଦେଇ ରାଜ୍ୟରେ ବସିଥିବା ଭାଜପା ସରକାର ଗୋ ସୁରକ୍ଷା ନେଇ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛନ୍ତି ।ତେଣୁ ବଲାଙ୍ଗୀର ଜିଲା ତଥା ସମଗ୍ର ଓଡ଼ିଶାରେ ଗୋହତ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ତଥା ଗୋମାତାଙ୍କ ସୁରକ୍ଷା ନେଇ ୫ ଦଫା ଦାବି ଜଣାଇ ସାମ୍ବାଦିକ ସମ୍ମୀଳନୀ କରି ସରକାରଙ୍କୁ ଦାବି ଜଣାଇଛନ୍ତି। ରାଜ୍ୟ ସରକାର ରାଜ୍ୟର ଗୋ ଚାଲାଣକୁ ସମ୍ପୂର୍ଣ ରୁପେ ବନ୍ଦ କରନ୍ତୁ, ରାଜ୍ୟରେ ଗୋ ହତ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସହ ଗୋ ମାଂସ ବିକ୍ରି ଉପରେ ବ୍ୟାନ ଲଗାନ୍ତୁ, ଜିଲାର ସମସ୍ତ ସହରାଞ୍ଚଳରେବୁଲା ଗୋରୁ ଗାଈଙ୍କ ପାଇଁ ଆଶ୍ରୟ ସ୍ଥଳୀ ନର୍ମାଣ କରିବା ସହ ରାଜ୍ୟର ପ୍ରତ୍ୟେକ ଜିଲା ପ୍ରତ୍ୟେକ ବ୍ଲକରେ ସରକାରୀ ସ୍ଥରରେ ଗୋ ଶାଳl ନିର୍ମାଣ କରାଯାଉ । ସରକାର ଗୋ ସୁରକ୍ଷା ପାଇଁ ଆଇନ ଆଣି ରାଜ୍ୟ ସରକାର ଯଥା ଶୀଘ୍ର ରାଜ୍ୟରେ ଆଇନ ଲାଗୁ କରନ୍ତୁ ।ରାଷ୍ଟ୍ରୀୟ ହନ୍ଦୁ ପରିଷଦ ଜଣାଇଥିବା ଦାବି ଗୁଡିକ ପ୍ରତି ସରକାର ନ ଶୁଣିଲେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଓଡ଼ିଶା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ରାଜ୍ୟରେ ଥିବା ବିଭିନ୍ନ ହିନ୍ଦୁ ସଂଗଠନକୁ ଧରି ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋଳ। ଆଜିର ଏହି ସାମ୍ବାଦିକ ସମ୍ମୀଳନୀରେ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳଙ୍କ ସହ ରାଜ୍ୟ ଉପସଭାପତି ପ୍ରଦୀପ କୁମାର ଦାଶ, ରାଜ୍ୟ ସମ୍ପାଦକ ଶଙ୍କର୍ଷଣ ଆଚାର୍ଯ୍ୟ, ରାଜ୍ୟ ପ୍ରବକ୍ତା ଦେବାନନ୍ଦ ନାୟକ, ରାଜ୍ୟ ସମ୍ପାଦକ ବିଶ୍ୱଜିତ୍ ପ୍ରଧାନ, ଜିଲା ସଭାପତି ବଦ୍ରିନାଥ ହୋତା, ଜିଲା ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ପୁରୋହିତ, ସନତ୍ କୁମାର ପାତ୍ର, ପ୍ରଦୀପ ବେହେରା, ରାଜୁ ନାଏକ, ବୁଲୁ ପର୍ଡିଆ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ
Dharitri – Odisha’s No.1, Most Trusted Odia Daily
ଥିଲେ।


