ଗୋ ହତ୍ୟା, ଗୋ ସୁରକ୍ଷାକୁ ନେଇ ସାମ୍ବାଦିକ ସମ୍ମୀଳନୀ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର ୧୯।୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ରବିବାର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ସଂଗଠନ ତରଫରୁ ଗୋ ସୁରକ୍ଷା ଦାବି ନେଇ ବଲାଙ୍ଗୀର କୃଷି ବିଭାଗ କାର୍ଯ୍ୟାଳୟ କୃଷି ଭବନ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମୀଳନୀ ଅନୁଷ୍ଠିତ ହୋଇଛି। ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଳ କହିଛନ୍ତି ବର୍ତ୍ତମାନ ସମୟରେ ବଲାଙ୍ଗୀର ଜିଲା ତଥା ରାଜ୍ୟରେ ଗୋମାତା ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ। ପ୍ରତ୍ୟେକ ଦିନ କୋଉଁଠି ନା କୋଉଁଠି ବେଆଇନ ଗୋ- ଚାଲାଣ ହେଉଛି ତ କେଉଁଠି ଗୋହତ୍ୟା କରାଯାଉଛି । ପୁଣି ଅନ୍ୟ କୋଉଁଠି ଗୋମାତା ଦୁର୍ଘଟଣାର ଶିକାର ହୋଇ ମତ୍ୟୁବରଣ କରୁଛନ୍ତି। ରାଜ୍ୟରେ ପୁର୍ବ ସରକାର ଏଂ ବର୍ତ୍ତମାନର ସରକାର ହିନ୍ଦୁ ନାରା ଦେଇ ରାଜ୍ୟରେ ବସିଥିବା ଭାଜପା ସରକାର ଗୋ ସୁରକ୍ଷା ନେଇ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛନ୍ତି ।ତେଣୁ ବଲାଙ୍ଗୀର ଜିଲା ତଥା ସମଗ୍ର ଓଡ଼ିଶାରେ ଗୋହତ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ତଥା ଗୋମାତାଙ୍କ ସୁରକ୍ଷା ନେଇ ୫ ଦଫା ଦାବି ଜଣାଇ ସାମ୍ବାଦିକ ସମ୍ମୀଳନୀ କରି ସରକାରଙ୍କୁ ଦାବି ଜଣାଇଛନ୍ତି। ରାଜ୍ୟ ସରକାର ରାଜ୍ୟର ଗୋ ଚାଲାଣକୁ ସମ୍ପୂର୍ଣ ରୁପେ ବନ୍ଦ କରନ୍ତୁ, ରାଜ୍ୟରେ ଗୋ ହତ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସହ ଗୋ ମାଂସ ବିକ୍ରି ଉପରେ ବ୍ୟାନ ଲଗାନ୍ତୁ, ଜିଲାର ସମସ୍ତ ସହରାଞ୍ଚଳରେବୁଲା ଗୋରୁ ଗାଈଙ୍କ ପାଇଁ ଆଶ୍ରୟ ସ୍ଥଳୀ ନର୍ମାଣ କରିବା ସହ ରାଜ୍ୟର ପ୍ରତ୍ୟେକ ଜିଲା ପ୍ରତ୍ୟେକ ବ୍ଲକରେ ସରକାରୀ ସ୍ଥରରେ ଗୋ ଶାଳl ନିର୍ମାଣ କରାଯାଉ । ସରକାର ଗୋ ସୁରକ୍ଷା ପାଇଁ ଆଇନ ଆଣି ରାଜ୍ୟ ସରକାର ଯଥା ଶୀଘ୍ର ରାଜ୍ୟରେ ଆଇନ ଲାଗୁ କରନ୍ତୁ ।ରାଷ୍ଟ୍ରୀୟ ହନ୍ଦୁ ପରିଷଦ ଜଣାଇଥିବା ଦାବି ଗୁଡିକ ପ୍ରତି ସରକାର ନ ଶୁଣିଲେ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଓଡ଼ିଶା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ରାଜ୍ୟରେ ଥିବା ବିଭିନ୍ନ ହିନ୍ଦୁ ସଂଗଠନକୁ ଧରି ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋଳ। ଆଜିର ଏହି ସାମ୍ବାଦିକ ସମ୍ମୀଳନୀରେ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳଙ୍କ ସହ ରାଜ୍ୟ ଉପସଭାପତି ପ୍ରଦୀପ କୁମାର ଦାଶ, ରାଜ୍ୟ ସମ୍ପାଦକ ଶଙ୍କର୍ଷଣ ଆଚାର୍ଯ୍ୟ, ରାଜ୍ୟ ପ୍ରବକ୍ତା ଦେବାନନ୍ଦ ନାୟକ, ରାଜ୍ୟ ସମ୍ପାଦକ ବିଶ୍ୱଜିତ୍‌ ପ୍ରଧାନ, ଜିଲା ସଭାପତି ବଦ୍ରିନାଥ ହୋତା, ଜିଲା ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ପୁରୋହିତ, ସନତ୍‌ କୁମାର ପାତ୍ର, ପ୍ରଦୀପ ବେହେରା, ରାଜୁ ନାଏକ, ବୁଲୁ ପର୍ଡିଆ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ

 

Dharitri – Odisha’s No.1, Most Trusted Odia Daily

ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

୪ହଜାର ଟଙ୍କା ଲାଞ୍ଚ ନଦେଲେ କାମ ହେବନି ବୋଲି କହିଥିଲେ, ଆଜିଗଲେ ଜେଲ୍

ଭୁବନେଶ୍ୱର,୨୫।୩: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର୍‌ ଅମ୍ବିକା ପ୍ରସାଦ ରଥଙ୍କୁ ବୁଧବାର ଗିରଫ କରାଯାଇଛି। ମଙ୍ଗଳବାର ୪ ହଜାର ଟଙ୍କା ଲାଞ୍ଚ ନେଲା ବେଳେ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ନଗଦ ଲୁଟିନେଲେ …

ବ୍ରହ୍ମପୁର,୨୫ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ୭ ଲାଇନରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ପୁ. ପ୍ରଭାକରଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି।…

ଦୁର୍ଘଟଣା ନେଲା ପୁଅଙ୍କ ଜୀବନ: ରାସ୍ତାରେ ଟାୟାର ଜାଳି…

ତିହିଡି଼,୨୫।୩(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ଥାନା ଅଧୀନ କୋହ୍ଲ ବଜାରରେ ବୁଧବାର ମଧ୍ୟାହ୍ନରେ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି l ମଙ୍ଗଳବାର…

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଭାରତ ଆସିଲା ଗୁଡ୍‌ନ୍ୟୁଜ୍‌, ଶୁଣିଲେ ପାକିସ୍ତାନ-ଚାଇନାର ନିଦ ହଜିବ…

ନୂଆଦିଲ୍ଲୀ, ୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ବିଶ୍ୱ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି,…

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ମା’ଦଣ୍ଡକାଳୀଙ୍କ ପ୍ରସିଦ୍ଧ ୨୧ଦିନିଆ ଦଣ୍ଡଯାତ୍ରା ଆରମ୍ଭ: ଏହି ବ୍ରତ ପାଳନ କରିବା ବହୁ କଷ୍ଟ ସାଧ୍ୟ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପୁରୁଷୋତ୍ତମପୁର,୨୫।୩(ସବିତା ମିଶ୍ର): ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଣପର୍ବ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି ।…

ଆଇପିଏସ ରାକେଶ କୁମାର ସାହୁଙ୍କ ନିଆରା ପ୍ରୟାସ, ମହିଳା ନିର୍ଯାତନା ରୋକିବା ପାଇଁ …

ମୋହନା,୨୫।୩( ମନ୍ମଥ ମିଶ୍ର ): ଆଇପିଏସ ରାକେଶ କୁମାର ସାହୁଙ୍କ ନିଆରା ପ୍ରୟାସ, ମହିଳା ନିର୍ଯାତନା ରୋକିବା ପାଇଁ ମହିଳାଙ୍କୁ ସଚେତନ କରାଯାଇଛି। ଦିନକୁ ଦିନ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri