ଆଜି ରାଷ୍ଟ୍ରପତି ନିର୍ବାଚନ: ମୁର୍ମୁଙ୍କୁ ଓଡ଼ିଶାରୁ ୧୬୬ ଭୋଟ ମିଳିବା ଆଶା

ଭୁବନେଶ୍ବର, ୧୮ା୭(ବ୍ୟୁରୋ): ଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଛି। ସୋମବାର ସକାଳ ୧୦ରୁ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ। ତେବେ ନିର୍ଭୁଲ ଏବଂ କ୍ରସ୍‌ ଭୋଟିଂ ଯେପରି ନ ହେବ ସେଥିଲାଗି ଓଡ଼ିଶାର ସବୁ ଦଳ ନିଜର ପ୍ରସ୍ତୁତି ଏକପ୍ରକାର ଶେଷ କରିସାରିଛନ୍ତି। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଏନ୍‌ଡିଏରୁ ପ୍ରାର୍ଥୀ ହୋଇଛନ୍ତି। ମୁର୍ମୁଙ୍କୁ ଭୋଟ ଦେବା ଲାଗି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ବିଧାୟକ ଏବଂ ଏମ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେପରି ଗୋଟିଏ ବି ଭୋଟ ଏପାଖ ସେପାଖ ନ ହେବ ସେଥିପ୍ରତି ଧ୍ୟାନଦେବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଧାନସଭାରେ ଏନେଇ ଏକ ତାଲିମ କାର୍ଯ୍ୟକ୍ରମ ଶନିବାର ମଧ୍ୟ ଅନୁଷ୍ଠିତ ହୋଇଛି। ଯେଉଁମାନେ ପ୍ରଥମକରି ଏଥର ଭୋଟିଂରେ ଭାଗ ନେଉଛନ୍ତି ସେମାନେ ଯେପରି କିଛି ତ୍ରୁଟି ନ କରନ୍ତି ତା’ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଲାଗି ବିଜେଡି ଗୁରୁତ୍ୱ ଦେଇଛି। ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ମଧ୍ୟ ବିଧାୟକମାନଙ୍କ ସହ ବୈଠକ କରି ସମସ୍ତ ଭୋଟ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ଦେବା ନେଇ ଘୋଷଣା କରିସାରିଛି। ଅନ୍ୟପକ୍ଷରେ ଭାଜପା ବିଧାୟକ ଏବଂ ଏମ୍‌ପିମାନେ ମଧ୍ୟ ମୁର୍ମୁଙ୍କୁ ଭୋଟ ଦେବା ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଦିଲ୍ଲୀରେ ଏମ୍‌ପିମାନଙ୍କୁ କ୍ରସ୍‌ ଭୋଟିଂ ନ ହେବା ଦିଗରେ ଟ୍ରେନିଂ ଦିଆଯାଇଛି। ସେହିପରି ଶନିବାର ଓଡ଼ିଶାର ବିଧାୟକମାନଙ୍କୁ ନେଇ ମଧ୍ୟ ଏକ ଟ୍ରେନିଂ କ୍ୟାମ୍ପ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ସବୁ ଦଳ ନିଜ ନିଜର ଏଜେଣ୍ଟ ମଧ୍ୟ ଠିକ୍‌ କରିସାରିଛନ୍ତି। ଅନ୍ୟପଟେ ନିର୍ବାଚନରେ ମୁର୍ମୁଙ୍କ ବିପୁଳ ବିଜୟ ପାଇଁ ଭାଜପା ତରଫରୁ ରବିବାର ରାଜ୍ୟର ବିଭିନ୍ନ ଦେବାଳୟରେ ପ୍ରାର୍ଥନା ଏବଂ ଯଜ୍ଞ କରାଯାଇଛି। ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ସମସ୍ତ ବରିଷ୍ଠ ନେତୃବୃନ୍ଦ, ଏମ୍‌ପି, ବିଧାୟକ, ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିରକୁ ଯାଇ ଦୀପଦାନ କରିଛନ୍ତି। ସମୀର ମହାନ୍ତି ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଦୀପଦାନ କରି ମୁର୍ମୁଙ୍କ ବିପୁଳ ବିଜୟ ପାଇଁ ପ୍ରାର୍ଥନା କରିବା ସହ ପୁରୁଣା ଭୁବନେଶ୍ୱର ସ୍ଥିତ ଡାକରା ବିଭୀଷଣ ମନ୍ଦିରରେ ପୂଜା ଓ ଯଜ୍ଞ କରିଛନ୍ତି। ସେହିପରି ପାର୍ଟିର ସମସ୍ତ ବିଧାୟକ ପୁରୀ ଯାଇ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରି ପ୍ରାର୍ଥନା କରିଛନ୍ତି। ତେବେ ମୋଟ ୧୪୭ ବିଧାୟକଙ୍କ ମଧ୍ୟରୁ ବିଜେଡିର ୧୧୨, ଦୁଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ ଦଳରୁ ବିଦା ହୋଇଛନ୍ତି। ଏହି ଦୁଇ ବିଧାୟକଙ୍କ ମଧ୍ୟରୁ ପ୍ରଦୀପ ପାଣିଗ୍ରାହୀ ମୁର୍ମୁଙ୍କୁ ଭୋଟ ଦେବେ ବୋଲି ଘୋଷଣା କରିସାରିଥିବା ବେଳେ ଜଗଦ୍ଦେବଙ୍କ କଥା ସ୍ପଷ୍ଟ ହୋଇନାହିଁ। ଜଣେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଏନ୍‌ଡିଏ ସପକ୍ଷରେ ଭୋଟ ଦେବେ। ଜଣେ ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା କିନ୍ତୁ ଯଶଓ୍ବନ୍ତ ସିହ୍ନାଙ୍କୁ ଭୋଟ୍‌ ଦେବେ। ସେହିପରି କଂଗ୍ରେସର ୯ ବିଧାୟକ ଯଶଓ୍ବନ୍ତଙ୍କୁ ଭୋଟ ଦେବାକୁ ଥିବାବେଳେ ଭାଜପାର ୨୨ ବିଧାୟକ ମୁର୍ମୁଙ୍କୁ ଭୋଟ ଦେବେ। ଏହିପରି ଭାବେ ଯଦି କୌଣସି ପ୍ରକାର କ୍ରସ୍‌ ଭୋଟିଂ କିମ୍ବା ନାକଚ ନ ହୁଏ ଏବଂ କେହି ଅନୁପସ୍ଥିତ ନ ରୁହନ୍ତି ତେବେ ୧୪୬ରୁ ମୁର୍ମୁଙ୍କୁ ମୋଟ୍‌ ୧୩୬ ଏବଂ ସିହ୍ନାଙ୍କୁ ମାତ୍ର ୧୦ଟି ଭୋଟ୍‌ ମିଳିିବ। ସେହିପରି ରାଜ୍ୟର ମୋଟ ୨୧ ଲୋକ ସଭା ଏବଂ ୧୦ ରାଜ୍ୟ ସଭା ଆସନ ମଧ୍ୟରୁ କଂଗ୍ରେସ ହାତରେ ମାତ୍ର ଗୋଟିଏ ସିଟ୍‌ ରହିଛି। ୨୧ ଲୋକ ସଭା ଆସନରୁ ବିଜେଡିର ୧୨ ଏବଂ ଭାଜପା ହାତରେ ୮ଟି ଆସନ ଅଛି। ସେହିପରି ରାଜ୍ୟ ସଭାରେ ୧୦ ଆସନରୁ ବିଜେଡି ହାତରେ ୯ ଏବଂ ଗୋଟିଏ ଭାଜପା ପାଖରେ ଅଛି। ଏହିଭଳି ମୋଟ ୩୧ ଲୋକ ସଭା ଏବଂ ରାଜ୍ୟ ସଭା ଆସନରୁ ସିହ୍ନାଙ୍କୁ ଗୋଟିଏ ଭୋଟ୍‌ ପଡିବାକୁ ଥିବାବେଳେ ମୁର୍ମୁଙ୍କୁ ୩୦ଟି ଭୋଟ ମିଳିବା ଏକ ପ୍ରକାର ସ୍ପଷ୍ଟ। ତେବେ ବିଧାନସଭାରେ ରାଷ୍ଟ୍ରପତି ଭୋଟିଂ ଲାଗି ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri