Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ, ପାରସ୍ପରିକ ମତଭେଦଠାରୁ ଦୂରେଇ ରହି କାର୍ଯ୍ୟ କରିବାକୁ କଂଗ୍ରେସର ଆହ୍ବାନ…

ନୂଆଦିଲ୍ଲୀ, ୧୨।୬ : ଦେଶରେ ଜୁଲାଇ ୧୮ରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ବିରୋଧୀ ଦଳର ନେତାମାନଙ୍କୁ ଏକଜୁଟ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଜୁନ୍‌ ୧୫ରେ ଡକାଇଛନ୍ତି। ମମତାଙ୍କ ପଦକ୍ଷେପ ନେଇ କଂଗ୍ରେସ କହିଛି ଯେ ପାରସ୍ପରିକ ମତଭେଦରୁ ଉର୍ଦ୍ଧ୍ୱକୁ ଉଠିବା ଏବଂ ସମ୍ବିଧାନର ରାଷ୍ଟ୍ରପତି ଥିବା ବ୍ୟକ୍ତିଙ୍କୁ ଚୟନ କରିବାର ସମୟ ଆସିଛି। କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଏକ ବିବୃତ୍ତିରେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ତଥା କରୋନା ସଂକ୍ରମିତ ହେବା ନେଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏନସିପି ମୁଖ୍ୟ ଶରଦ ପାୱାର, ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବଂ ବିରୋଧୀ ଦଳର ଅନେକ ନେତାଙ୍କ ସହ କଥା ହୋଇଛନ୍ତି। ଏହି ବାର୍ତ୍ତାଳାପର ଦାୟିତ୍ୱ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଦିଆଯାଇଛି। ସମ୍ବିଧାନର ସୁରକ୍ଷା କରିପାରୁଥିବା ଜଣେ ବ୍ୟକ୍ତି ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ଉଚିତ। ସେ କହିଛନ୍ତି, କଂଗ୍ରେସ ମତ ରଖିଛି ଯେ ଦେଶ ରାଷ୍ଟ୍ରପତିଙ୍କ ରୂପରେ ଜଣେ ବ୍ୟକ୍ତି ଆବଶ୍ୟକ କରେ ଯିଏ ସମ୍ବିଧାନ ସୁରକ୍ଷା ସହିତ ଶାସକ ଦଳ ଦ୍ୱାରା ଆକ୍ରମଣ ହେଉଥିବା ବିଭିନ୍ନ ଅନୁଷ୍ଠାନକୁ ସୁରକ୍ଷା ଦେଇପାରିବ। ଏହା ହେଉଛି ସମୟର ଆବଶ୍ୟକତା। କଂଗ୍ରେସ କୌଣସି ନାମ ନେଇ ପରାମର୍ଶ ଦେଇ ନାହିଁ, କିନ୍ତୁ ରାଷ୍ଟ୍ରପତିଙ୍କ ଭଳି ବ୍ୟକ୍ତିଙ୍କୁ ବାଛିବା ଆମର ଦାୟିତ୍ୱ ବୋଲି କହିଛି। ସେ ଆମ ଭଙ୍ଗା ଯାଇଥିବା ସମାଜକୁ ସଜାଡ଼ି ପାରିବେ ଏବଂ ସମ୍ବିଧାନର ସୁରକ୍ଷା କରିପାରିବ। ସୁର୍ଜେୱାଲା କହିଛନ୍ତି, ଦେଶ ତଥା ଲୋକଙ୍କ ସ୍ବାର୍ଥ ପାଇଁ ପାରସ୍ପରିକ ମତଭେଦରୁ ଉପରକୁ ଉଠିବାର ସମୟ ଆସିଛି। ଖୋଲା ମନ ଏବଂ ଏକଜୁଟ ହୋଇ ଏକ ଆତ୍ମାରେ ଆଲୋଚନା ହେବା ଉଚିତ୍‌। ଆମେ ବିଶ୍ୱାସ କରୁ ଯେ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ଏହି ଆଲୋଚନାକୁ ଆଗକୁ ନେବା ଜରୁରୀ।

Share