Categories: ଜାତୀୟ

ସରିଲା ଦ୍ୱିତୀୟ ରାଉଣ୍ଡ ଗଣତି: ୧୦ ରାଜ୍ୟରେ ଦ୍ରୌପଦୀ ଆଗରେ

ନୂଆଦିଲ୍ଲୀ,୨୧।୭: ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ଭୋଟଗଣନା ଜାରି ରହିଛି। ଇତିମଧ୍ୟରେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ହୋଇଛି। ପ୍ରଥମ ଭଳି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କଠାରୁ ବହୁ ଆଗରେ ରହିଛନ୍ତି। ୧୦ ରାଜ୍ୟ ହେଲା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ ଓ ଝାଡ଼ଖଣ୍ଡ। ଏହି ରାଉଣ୍ଡରେ ମୋଟ ୧୧୩୮ ଭୋଟ ଗଣତିରୁ ଦ୍ରୌପଦୀ ମୁର୍ମୁଙ୍କୁ ୮୦୯ ଭୋଟ ମିଳିଥିବା ବେଳେ ଯଶଓ୍ବନ୍ତଙ୍କୁ ମିଳିଛି ୩୨୯ ଭୋଟ। ଦ୍ୱିତୀୟ ରାଉଣ୍ଡରେ ୧୦ରାଜ୍ୟର ବିଧାୟକଙ୍କ ଭୋଟ ଗଣତି କରାଯାଇଛି। ସୂଚନାଯୋଗ୍ୟ, ଏବେ ସୁଦ୍ଧା ୧୮୮୬ ଭୋଟ ଗଣତି ସରିଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କୁ ମୋଟ ୧୩୪୯ ଭୋଟ ଓ ଯଶଓ୍ବନ୍ତଙ୍କୁ ୫୩୭ ଭୋଟ ମିଳିଛି ବୋଲି ରାଜ୍ୟ ସଭା ମହାସଚିବ ପି.ସି. ମୋଦି ସୂଚନା ଦେଇଛନ୍ତି।

 

 

Share