Posted inଜାତୀୟ

ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୫।୬: ଏନ୍‌ସିପି ନେତା ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଷ୍ଟ୍ରପତି ପଦ ପାଇଁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶରଦ ପାୱାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ରାଜନୀତିରେ ସକ୍ରିୟ ରହିବାକୁ ଯାଉଛନ୍ତି ବୋଲି କହି ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଇଛନ୍ତି।
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଜଣେ ସାଧାରଣ ପ୍ରାର୍ଥୀ ଦେବାକୁ ବିରୋଧୀ ଦଳର ନେତାମାନେ ନିଷ୍ପତ୍ତି ନେଇଛନ୍ତି।
ମିଳିତ ବୈଠକ ନେତୃତ୍ୱ ନେଇଥିବା ମମତା ବାନାର୍ଜୀ କହିଛନ୍ତି, ଆଜି ଆମେ ପୁଣି ଥରେ ଶରଦ ପାୱାରଙ୍କୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛୁ। କିନ୍ତୁ ସେ ମନା କରିଦେଲେ। ଆମେ ତାଙ୍କୁ ପୁନର୍ବାର ମନାଇବା ପାଇଁ ଚେଷ୍ଟା କରିବୁ, ଯଦି ସେ ରାଜି ନ ହୁଅନ୍ତି ତେବେ ଆମେ ଅନ୍ୟ ପ୍ରାର୍ଥୀ ବିଷୟରେ ଚିନ୍ତା କରିବୁ।
ଭାରତର ସମ୍ବିଧାନ କ୍ଲବରେ ହୋଇଥିବା ଏହି ବୈଠକରେ ୧୭ଟି ରାଜନୈତିକ ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଏମଏଲ, ଆରଏସପି, ଶିବସେନା, ଏନସିପି, ଆରଜେଡି, ଏସପି, ନ୍ୟାସନାଲ କନଫରେନ୍ସ, ପିଡିପି, ଜେଡି (ଏସ), ଡିଏମକେ, ଆରଏଲଡି, ଆଇୟୁଏମଏଲ ଏବଂ ଜେଏମଏମ ସାମିଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ I ହେଉ…

ମାର୍ଚ୍ଚରୁ ମେ’ ପ୍ରବଳ ଗରମ

ଭୁବନେଶ୍ୱର,୧।୩(ବନ୍ଦନା ସେଠୀ): ମାର୍ଚ୍ଚ ଆରମ୍ଭ ନ ହେଉଣୁ ରାଜ୍ୟରେ ତାପମାତ୍ରା ୩୬ ଡିଗ୍ରୀ ଟପିଛି। ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା। ବିଶେଷକରି…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ଖାମନେଇଙ୍କ ହତ୍ୟାକୁ ନେଇ ଟ୍ରମ୍ପ କଲେ ବଡ଼ ଘୋଷଣା, ବିଶ୍ୱରେ ଚହଳ

ତେହରାନ,୧।୩: ଇସ୍ରାଏଲ ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇଙ୍କ ମୃତ୍ୟୁ ଦାବି କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ଖାମନେଇଙ୍କ ମୃତ୍ୟୁ ଦାବି କରିଛନ୍ତି। ଆମେରିକାର…

ହତ୍ୟା ଦାବି ମଧ୍ୟରେ ଖାମନେଇଙ୍କ ପୋଷ୍ଟ, ଖଣ୍ଡା ନେଇ…

ତେହରାନ,୧।୩: ଆୟାତୋଲ୍ଲା ଅଲି ଖାମନେଇଙ୍କ ହତ୍ୟା ଦାବି ମଧ୍ୟରେ, ଇରାନର ସର୍ୱୋଚ୍ଚ ନେତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟ କରାଯାଇଛି। ପୋଷ୍ଟରେ ପୟଗମ୍ୱର ଅଲିଙ୍କୁ ଉଦ୍ଧୃତ…

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri