Categories: ଜାତୀୟ

‘ମୋର ରାଷ୍ଟ୍ରପତି ହେବାର ସ୍ବପ୍ନ ନାହିଁ କିନ୍ତୁ…’

ଲକ୍ଷ୍ନୌ,୨୯।୪: ଦେଶରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଉତ୍ତରପ୍ରଦେଶରେ କଳ୍ପନାଜଳ୍ପନା ଜାରି ରହିଛି। ନିକଟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ କହିଥିଲେ, ବହୁଜନ ସମାଜ ପାର୍ଟି (ବିଏସପି) ର ଭୋଟ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟ୍ରାନ୍ସଫର୍‌ କରାଯାଇଛି, ତେଣୁ ବର୍ତ୍ତମାନ ମାୟାବତୀ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଉଚିତ୍‌। ଏହି ମନ୍ତବ୍ୟ ପରେ ମାୟାବତୀ ଶୁକ୍ରବାର ସମାଜବାଦୀ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ଅନେକ ଟୁଇଟ୍‌ କରିଛନ୍ତି। ମାୟାବତୀ କହିଛନ୍ତି, ତାଙ୍କର ରାଷ୍ଟ୍ରପତି ହେବାର ସ୍ବପ୍ନ ନାହିଁ, ସେ ସମାଜର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିବେ।
ମାୟାବତୀ ଲେଖିଛନ୍ତି, ଏସପି ମୁଖ୍ୟ ୟୁପିରେ ମୁସଲମାନ ଏବଂ ଯାଦବ ସମାଜର ସମ୍ପୂର୍ଣ୍ଣ ଭୋଟ ନେବା ପରେ ମଧ୍ୟ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ପୂରଣ କରିପାରିଲେ ନାହିଁ। ତେବେ ସେ ଅନ୍ୟମାନଙ୍କର ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ କେମିତି ପୂରଣ କରିପାରିବେ।
ମାୟାବତୀ ଆହୁରି ଲେଖିଛନ୍ତି, ଗତ ଲୋକ ସଭା ନିର୍ବାଚନରେ ବିଏସପି ସହ ମେଣ୍ଟ ଗଠନ ପରେ ମଧ୍ୟ ସେ ନିଜେ ମାତ୍ର ୫ଟି ଆସନ ଜିତି ପାରିଥିଲେ, ତେବେ ସେ କିପରି ବିଏସପି ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ କରାଇପାରିବେ? ତେଣୁ ସେ ଏହିପରି କଥା କହିବା ବନ୍ଦ କରିବା ଉଚିତ୍‌। ମୁଁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହେବି କିମ୍ବା ନ ହେବି ଜାଣିନାହିଁ, କିନ୍ତୁ ଆମର ଦୁର୍ବଳ ତଥା ଅବହେଳିତ ବିଭାଗର ସ୍ବାର୍ଥରେ ମୁଁ କଦାପି ଦେଶର ରାଷ୍ଟ୍ରପତି ହୋଇପାରିବି ନାହିଁ। ଅନ୍ତତଃପକ୍ଷେ ଏବେ ୟୁପିରେ ମୁଖ୍ୟମନ୍ତ୍ରୀ ହେବାର ଏସପିଙ୍କ ସ୍ବପ୍ନ କେବେ ପୂରଣ ହୋଇପାରିବ ନାହିଁ।

Share