ପରମାଣୁ ଆକ୍ରମଣ କରିପାରନ୍ତି ପୁଟିନ: ଜେଲେନ୍‌ସ୍କି

କ୍ୱିଭ,୧୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୫୨ ଦିନରେ ପହଞ୍ଚିଲାଣି । ରୁଷିଆ ଆକ୍ରମଣରେ ଧ୍ୱଂସ ବିଧ୍ୱଂସ୍ତ ହେଲାଣି ୟୁକ୍ରେନର ବଡ ବଡ ସହର । ହଜାର ହଜାର ଲୋକଙ୍କ ଜୀବନ ବି ଗଲାଣି । ହେଲେ ଏତିକିରେ ବି ଯୁଦ୍ଧ କମିବାର ନାଁ ନେଉନି । ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନ୍‌ସ୍କି ବିଶ୍ୱକୁ ଚେତାବନୀ ଦେଇ କହିଛନ୍ତି, ରୁଷିଆ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ । ଆଉ ଏଥିପାଇଁ ସାରା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ପଡିବ ।
ୟୁକ୍ରେନ୍ ରାଷ୍ଟ୍ରପତି ଶୁକ୍ରବାର କହିଥିଲେ, ବିଶ୍ୱର ସବୁ ଦେଶକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡିବ ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରନ୍ତି । ସେ କହିଛନ୍ତି ପୁଟିନ ପରମାଣୁ ନଚେତ ରାସାୟନିକ ଅସ୍ତ୍ର ଆଡକୁ ନଜର ପକାଇଲେଣି । ୟୁକ୍ରେନ୍ ଲୋକଙ୍କ ଜୀବନ ପୁଟିନଙ୍କ ପାଇଁ ମହତ୍ୱପୂର୍ଣ୍ଣ ନୁହେଁ । ଏହାକୁ ନେଇ ଜେଲେନସ୍କି କହିଛନ୍ତି, ମୁଁ ନୁହେଁ ସାରା ବିଶ୍ୱ ଚିନ୍ତା କରିବା ଦରକାର ଏହା ବାସ୍ତବିକ ତଥ୍ୟ ନ ହେଲେ ମଧ୍ୟ ଏହା ସତ ହୋଇପାରେ । ତେଣୁ ଏ ଦିଗରେ ସାରା ବିଶ୍ୱ ଚିନ୍ତା କରିବାର ସମୟ ଆସିଛି ।

Share