୮୪ ମିଶାଇଲ ମାଡ଼, ଥରିଲା କିଭ୍‌

କିଭ୍‌୍‌, ୧୧ା୧୦:ରୁଷିଆକୁ କ୍ରିମିଆ ସହ ସଂଯୋଗ କରୁଥିବା ୧୯ କି.ମି. ଦୀର୍ଘ କର୍ଚ ବ୍ରିଜ୍‌ ବିସ୍ଫୋରଣର ୨ ଦିନ ପରେ ପ୍ରତିଶୋଧ ପରାୟଣ ହୋଇଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌। ପ୍ରାୟ ୪ ବିଲିୟନ୍‌ ଡଲାରରେ ନିର୍ମିତ ଉକ୍ତ ବ୍ରିଜ୍‌କୁ ଟାର୍ଗେଟ କରି ୟୁକ୍ରେନ୍‌ ଆତଙ୍କବାଦୀ କାର୍ଯ୍ୟକଳାପ କରିଥିବା ପୁଟିନ୍‌ କହିବା ସହ ରାଜଧାନୀ କିଭ୍‌ ସମେତ ଅନ୍ୟ ୟୁକ୍ରେନୀୟ ସହରରେ ସୋମବାର ଘନଘନ ମିଶାଇଲ ମାଡ଼ ହୋଇଛି। ରୁଷିଆ ୮୪ କ୍ଷେପଣାସ୍ତ୍ର ଛାଡ଼ିଥିବାବେଳେ ଏଥିରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ପୁଟିନ୍‌ଙ୍କ ଏଭଳି ବର୍ବରତାକୁ ୟୁରୋପୀୟ ସଂଘ (ଇୟୁ) ସମେତ ନାଟୋ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିଛନ୍ତି। ପୁଟିନ୍‌ ଜଣେ ଆତଙ୍କବାଦୀ ଏବଂ ସେ ମିଶାଇଲରେ କଥା କୁହନ୍ତି ବୋଲି ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି। ସଦ୍ୟ ଘଟଣାବଳୀକୁ ନେଇ ଭାରତ ବେଶ୍‌ ଚିନ୍ତିତ। ଶତ୍ରୁତା ବୃଦ୍ଧି କାହା ସ୍ବାର୍ଥରେ ନାହିଁ। ବିବାଦ ବନ୍ଦ କରି ସମସ୍ତ ପକ୍ଷ କୂଟନୈତିକ ରାସ୍ତାକୁ ଫେରିବାକୁ ଭାରତ ଅନୁରୋଧ କରୁଛି ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ କହିଛନ୍ତି।
ଗତ ଜୁନ୍‌ ୧୬ରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ରୁଷିଆ ଶେଷଥର ପାଇଁ ଆକ୍ରମଣ କରିଥିଲା। କିଭ୍‌ରୁ ରୁଷୀୟ ସୈନ୍ୟଙ୍କୁ ୟୁକ୍ରେନ୍‌ ଘଉଡ଼ାଇବା ପରେ ରୁଷିଆ ପୂର୍ବ ୟୁକ୍ରେନ୍‌କୁ ଟାର୍ଗେଟ କରିଥିଲା। ତେବେ ସୋମବାର ରୁଷିଆ ପୁଣି କିଭ୍‌ରେ ଆକ୍ରମଣ କରିଛି। ୟୁକ୍ରେନ୍‌ର ଲଭିଭ୍‌, ଟର୍ନୋପିଲ୍‌, ଇଭାନୋ-ଫ୍ରାଙ୍କିଭ୍‌ସ୍କ, ଜିଟୋମିର୍‌, ନିପ୍ରୋ, ଖକିର୍ଭ, ନୋଟୋପ୍‌, ଓଡେଶା, କ୍ରେମେନ୍‌ଚୁଗ୍‌ ଆଦି ସହରରେ ମସ୍କୋ ମିଶାଇଲ ଛାଡ଼ିଛି। ଏହାର ଭିଡିଓ କେତେଜଣଙ୍କ ମୋବାଇଲରେ କଏଦ ହୋଇଥିବାବେଳେ ତାହା ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ହୋଇଛି। ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମିକୁ ରୁଷିଆ ଟାର୍ଗେଟ କରିଛି। କେତେକ ସରକାରୀ କାର୍ଯ୍ୟାଳୟ, ପାର୍ଲାମେଣ୍ଟ, ଟେଲିକମ୍ୟୁନିକେଶନ ବିଲ୍ଡିଂ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିକଟରେ ମଧ୍ୟ ମିଶାଇଲ ପଡ଼ିଛି। ଅନେକ ଅଫିସ୍‌, ଘରଗୁଡ଼ିକ ଭାଙ୍ଗି ନଷ୍ଟ ହୋଇଛି। ୟୁକ୍ରେନ୍‌ ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ୍‌ଙ୍କ ସୂଚନା ଅନୁସାରେ ରୁଷିଆ ୮୪ କ୍ଷେପଣାସ୍ତ୍ର ଛାଡ଼ିଥିଲା। ସେଥିମଧ୍ୟରୁ ୟୁକ୍ରେନ୍‌ ଏୟାର ଡିଫେନ୍ସ ସିଷ୍ଟମ୍‌ ୪୧ଟିକୁ ନଷ୍ଟ କରିଥିଲା। କେବଳ କିଭ୍‌ ସହରରେ ୫ଟି ମିଶାଇଲ ପଡ଼ିଥିବାବେଳେ ଖର୍କିଭରେ ୩ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri