ଓ୍ବାଶିଂଟନ୍,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ପରିସ୍ଥିତି ସ୍ବାଭାବିକ ନୁହେଁ। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ ତାଙ୍କର ପରବର୍ତ୍ତୀ ଟାର୍ଗେଟ ବିଷୟରେ କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ କ୍ୟୁବା ତାଙ୍କର ପରବର୍ତ୍ତୀ ଟାର୍ଗେଟ। ତାଙ୍କ ଅନୁସାରେ, କ୍ୟୁବାରେ ଖୁବ ଶୀଘ୍ର ଏକ ନୂତନ ସୂର୍ଯ୍ୟ ଉଦୟ ହେବାକୁ ଯାଉଛି। ଏପର୍ଯ୍ୟନ୍ତ ୧୦ଟି ଯୁଦ୍ଧ ବନ୍ଦ କରିଥିବା ଦାବି କରିବା ପରେ ଟ୍ରମ୍ପଙ୍କ ଏହି ଘୋଷଣା ଆସିଛି।
ଆମେରିକାରେ ଏକ ରାଲିରେ ଭାଷଣ ଦେବା ସମୟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ କ୍ୟୁବା ଜନତା ୭୦ ବର୍ଷ ଧରି ଆମେରିକାକୁ ଅପେକ୍ଷା କରିଛନ୍ତି ଏବଂ ଏବେ ଆମେ ସେମାନଙ୍କୁ ସାହାଯ୍ୟ କରିବୁ। ଟ୍ରମ୍ପ କହିଛନ୍ତି ଏବେ ଦେଖନ୍ତୁ କଣ ହୁଏ, ଯାହାର ସିଧାସଳଖ ଅର୍ଥ ହେଉଛି ଯେ ଆମେରିକା ଶୀଘ୍ର କ୍ୟୁବାରେ ସାମରିକ ହସ୍ତକ୍ଷେପ କରିବ।