ଜନ୍ମମାଟିକୁ ଟ୍ରେନରେ ଆସିବେ ରାଷ୍ଟ୍ରପତି କୋବିନ୍ଦ

ଲକ୍ଷ୍ନୌ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକବ୍ରାର ଉତ୍ତରପ୍ରଦେଶର କାନପୁର ସ୍ଥିତ ନିଜ ଜନ୍ମସ୍ଥାନକୁ ଗସ୍ତ କରିବେ। ଆଉ ଏହି ଗସ୍ତ ସେ ରେଳଯାତ୍ରାରେ କରିବେ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ୧୫ବର୍ଷ ପରେ ଏହା ପ୍ରଥମ ଥର ହେବ ଯେ, ଦେଶର ଜଣେ ରାଷ୍ଟ୍ରପତି ରେଳରେ ଯାତ୍ରା କରିବେ। ତେବେ ଉତ୍ତରପ୍ରଦେଶ ଗସ୍ତ ସମୟରେ ସେ ପୁରୁଣା ସାଙ୍ଗ, ସ୍କୁଲ ସହପାଠୀ ଓ ସମ୍ପର୍କୀୟଙ୍କ ସହ ଭେଟିବେ ବୋଲି ସୂଚନା ରହିଛି। ଅନ୍ୟପଟେ ରାଷ୍ଟ୍ରପତି ପହଞ୍ଚିବାର ୧ଘଣ୍ଟା ପୂର୍ବରୁ ଓ ୧ଘଣ୍ଟା ପରେ କାନପୁର ସେଣ୍ଟ୍ରାଲର ୪ଟି ପ୍ଲାଟଫର୍ମର ଯାତାୟତ ବନ୍ଦ ରହିବ। ଏନେଇ ରାଷ୍ଟ୍ରପତି ଭବନରୁ ଜାରି  ଏକ ବିବୃତ୍ତିରେ ଉଲ୍ଲେଖ କରାଯାଇଛି। ଏଥିସହ କୁହାଯାଇଛି ଯେ, ରାଷ୍ଟ୍ରପତି କୋବିନ୍ଦ ଜନ୍ମସ୍ଥାନକୁ ପୂର୍ବରୁ ହିଁ ଯିବାକୁ ଚାହୁଁଥିଲେ କିନ୍ତୁ କରୋନା ମହାମାରୀ ଯୋଗୁ ଏହା ସମ୍ଭବପର ହୋଇପାରି ନ ଥିଲା। ସୂଚନାଯୋଗ୍ୟ, ଜୁନ ୨୫ରେ କୋବିନ୍ଦ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଦିଲ୍ଲୀ ସଫଦରଗଞ୍ଜରୁ ଗସ୍ତ କରିବେ ଏବଂ ସନ୍ଧ୍ୟାରେ କାନପୁର ପହଞ୍ଚିବେ। ଏହି ସ୍ବତନ୍ତ୍ର ଟ୍ରେନ୍‌ର ୨ଟି ଷ୍ଟପେଜ୍‌ ରହିବ। ପ୍ରଥମଟି ହେଉଛି ଝିନ୍‌ଝକ୍‌ ଓ ଦ୍ୱିତୀୟଟି କାନପୁର ଗ୍ରାମାଞ୍ଚଳର ରୁରାରେ। ଯେଉଁଠାରେ ରାଷ୍ଟ୍ରପତି ନିଜ ପୁରୁଣା ସମ୍ପର୍କୀୟଙ୍କୁ ଭେଟିବେ। ଏହି ୨ଟି ଷ୍ଟପେଜ୍‌କୁ ତାଙ୍କ ଗାଁ ପରୋଖ ନିକଟରେ ରଖାଯାଇଛି। ସୁଚନା ମୁତାବକ ରାଷ୍ଟ୍ରପତି କୋବିନ୍ଦ ଜୁନ ୨୫ ସନ୍ଧ୍ୟାରେ କାନପୁର ପହଞ୍ଚିବେ ଏବଂ ଜୁନ ୨୭ରେ ଗାଁର ୨ଟି ସ୍ବାଗତ କାର୍ଯ୍ୟକ୍ରମରେ  ସାମିଲ ହେବେ। ଜୁନ ୨୮ରେ କୋବିନ୍ଦ କାନପୁର ସେଣ୍ଟ୍ରାଲରୁ ଏହି ସ୍ବତନ୍ତ୍ର ଟ୍ରେନ୍‌ରେ ଲକ୍ଷ୍ନୌକୁ ୨ଦିନିଆ ଗସ୍ତ କରିବେ। ଏହାପରେ ଜୁନ ୨୯ରେ ସେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିବେ ବୋଲି  ସୂଚନା ଦିଆଯାଇଛି। ଏହି ଟ୍ରେନ୍‌ରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ସେଲୁନ ରହିବା ସହ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି। ଏହି ଟ୍ରେନ୍‌ ପାଇଁ ଟ୍ରାଏଲ୍‌ ମଧ୍ୟ ଶେଷ ହୋଇଛି। ଏହାପୂର୍ବରୁ ୨୦୦୬ରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ମଧ୍ୟ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଦିଲ୍ଲୀରୁ ଡେରାଡୁନକୁ ଯାତ୍ରା କରିଥିଲେ। ସେଠାରେ ସେ ଭାରତୀୟ ମିଲିଟାରୀ ଏକାଡେମୀର ପାସିଂ ଆଉଟ୍‌ ପରେଡରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri