Categories: ଜାତୀୟ

ସିଡିଏସ୍‌ ବିପିନ ରାଓ୍ବତଙ୍କୁ ମରଣୋତ୍ତର ସମ୍ମାନ

ନୂଆଦିଲ୍ଲୀ,୨୧।୩: ଦେଶର ପ୍ରଥମ ସିଡିଏସ୍‌ ସ୍ବର୍ଗତ ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି। ସୋମବାର ରାଷ୍ଟ୍ରପତି ଭବନରେ ଚଳିତ ବର୍ଷର ପଦ୍ମ ପୁରସ୍କାର ଆୟୋଜିତ ହୋଇଥିଲା। ଏହି ସମାରୋହରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସ୍ବର୍ଗତ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନରେ ସମ୍ମାନିତ କରିଥିଲେ। ବିପିନ ରାଓ୍ବତଙ୍କ ଦୁଇ ଝିଅ କୃତିକା ଏବଂ ତାରିଣୀ ରାଷ୍ଟ୍ରପତି ରାମନାଥଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ଏକ ବିମାନ ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତ ପ୍ରାଣ ହରାଇଥିଲେ। ସେହିପରି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ରାଷ୍ଟ୍ରପତି ରାମନାଥ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଦେବେନ୍ଦ୍ର ଝାଝାରିଆଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି। ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ଏମ୍‌ଡି ସାଇରସ ପୁନାୱାଲାଙ୍କୁ ବ୍ୟବୟାସ ଏବଂ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ, ପଦ୍ମ ବିଭୂଷଣ ଭାରତ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ। ୨୦୨୨ ତଥା ଚଳିତ ବର୍ଷ ପାଇଁ ମୋଟ ୪ଟି ପଦ୍ମ ବିଭୂଷଣ, ୧୭ଟି ପଦ୍ମ ଭୂଷଣ ଏବଂ ୧୦୭ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ସମ୍ମାନ ପାଇବାକୁ ଥିବା ତାଲିକାରେ ମୋଟ ୩୪ ଜଣ ମହିଳା ରହିଛନ୍ତି। ଏତଦ୍‌ ବ୍ୟତୀତ ୧୩ ଜଣଙ୍କୁ ମରଣୋତ୍ତର ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ। ପଦ୍ମ ପୁରସ୍କାର ବିତରଣର ଦ୍ୱିତୀୟ ସମାରୋହ ଆସନ୍ତା ୨୮ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବ।

Share