Categories: ଜାତୀୟ

ଗୁଜରାଟ ଗସ୍ତରେ ରାଷ୍ଟ୍ରପତି

ଗାନ୍ଧିନଗର,୨୯।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ଗୁଜରାଟର ଭବନଗର ଜିଲାରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଇଡବ୍ଲ୍ୟୁଏସ୍‌ ପାଇଁ ଆବାସ ଯୋଜନାର ଉଦଘାଟନ କରିବେ। ଏନେଇ ରାଷ୍ଟ୍ରୀୟ ଭବନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହା ପରେ ମୁରାରୀ ବାପୁଙ୍କୁ ଭେଟିବାକୁ ଭାବନଗର ଜିଲା ମହୁବା ନିକଟରେ ଅବସ୍ଥିତ ଚିତ୍ରକୂଟଧାମ ଆଶ୍ରମ ପରିଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଗତ ବୁଧବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଅକ୍ଟୋବର ୨୮, ୨୯, ୩୦ ରାଷ୍ଟ୍ରପତି ଗୁଜରାଟ ଗସ୍ତରେ ରହିବେ । ଗସ୍ତର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଉଦଘାଟନ କରିବେ ।

 

Share