Categories: ଜାତୀୟ

ବାଇପାସ୍‌ ସର୍ଜରୀ ପରେ ଏମ୍ସରୁ ଫେରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୨।୪: ହୃତ୍‌ପିଣ୍ଡରେ ବାଇପାସ୍‌ ସର୍ଜରୀ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଏମ୍ସରୁ ଫେରିଛନ୍ତି। ରାଷ୍ଟ୍ରପତି ଭବନରେ ପହଞ୍ଚତ୍ବା ପରେ କୋବିନ୍ଦ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇନ୍ତି। ଏଥିସହିତ ଏମ୍ସ ଏବଂ ଆର୍ମି ହସ୍ପିଟାଲର ଡାକ୍ତର ଓ ନର୍ସ ତାଙ୍କର ଯେଉଁଭଳି ଭାବେ ଯତ୍ନ ନେଇଥିଲେ ସେନେଇ ଭୂୟସୀ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି। ମାର୍ଚ୍ଚ ୩୦ରେ ନୂଆଦିଲ୍ଲୀର ଏମ୍ସରେ ରାଷ୍ଟ୍ରପତିଙ୍କ କାର୍ଡିଆକ୍‌ ବାଇପାସ୍‌ ସର୍ଜରୀ କରାଯାଇଥିଲା। ଏପ୍ରିଲ ୩ରେ ତାଙ୍କୁ ଆଇସିୟୁରୁ ସ୍ବତନ୍ତ୍ର ପ୍ରକୋଷ୍ଠକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନିୟମିତ ନଜର ରଖିଥିଲେ।

Share