Categories: ଜାତୀୟ

୪ ବର୍ଷ ପୂରିଲା ରାଷ୍ଟ୍ରପତି କୋବିନ୍ଦଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨୫ା୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ(୭୬)ଙ୍କ କାର୍ଯ୍ୟକାଳକୁ ରବିବାର ୪ ବର୍ଷ ପୂରିଛି। ୪ ବର୍ଷରେ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୩ ବିଧେୟକକୁ ମଞ୍ଜୁରୀ ଦେଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। କୋବିନ୍ଦ ୨୦୧୭ ଜୁଲାଇ ୨୫ରେ ଭାରତର ୧୪ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ଏହି ଅବସରରେ ତାଙ୍କ କାର୍ଯ୍ୟ ସମ୍ପର୍କରେ ଏକ ଇ-ବୁକ୍‌ ଶେୟାର କରାଯାଇଛି। କୋବିନ୍ଦ ୧୩ ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରିଥିବା ସେଥିରେ ଉଲ୍ଲେଖ ରହିଛି।

Share