Categories: ଜାତୀୟ

ଏୟାର ଇଣ୍ଡିଆ ୱାନରେ ପ୍ରଥମଥର ଯାତ୍ରା କଲେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ,୨୪ ।୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦଙ୍କ ସହ ଏୟାର ଇଣ୍ଡିଆ ୱାନ ବି-୭୭୭ରେ ପ୍ରଥମଥର ଚେନ୍ନାଇ ଯାତ୍ରା କରିଛନ୍ତି । ରାଷ୍ଟ୍ରପତି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପୂଜା କରିବା ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯିବାର କାର୍ଯ୍ୟକ୍ରମ ରହିଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ରେନେଗୁଣ୍ଟା ବିମାନ ବନ୍ଦରରେ ପହଞ୍ଚି ତିରୁପତିରେ ଦେବୀ ପଦ୍ମାବତିଙ୍କ ପୂଜାର୍ଚ୍ଚନା କରିବେ । ଏହାପରେ ଦ୍ୱିପ୍ରହରରେ ଭଗବାନ ଭେଙ୍କଟେଶ୍ୱରଙ୍କ ଦର୍ଶନ ପାଇଁ ଯିବେ । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶୀର୍ଷ ଅଧିକାରୀ ଓ ଅନ୍ୟମାନଙ୍କର କରୋନା ଟେଷ୍ଟ କରାଯାଇଛି ।

Share