Categories: ଜାତୀୟ

ସ୍ବତନ୍ତ୍ର ଟେନ୍‌ରେ କାନପୁର ଗସ୍ତରେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସଫଦରଗଞ୍ଜ ଷ୍ଟେସନରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ କାନପୁରରେ ଥିବା ନିଜ ଜନ୍ମସ୍ଥାନକୁ ଗସ୍ତ କରିଛନ୍ତି। ଏହି ଯାତ୍ରାରେ ରାମନାଥ କୋବିନ୍ଦ ସସ୍ତ୍ରୀକ ସବିତା କୋବିନ୍ଦ ସାମିଲ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ମହାରାଜା ଏକ୍ସପ୍ରେସ୍‌ ଟ୍ରେନ୍‌ ଜରିଆରେ ସେ କାନପୁର ସେଣ୍ଟ୍ରାଲ ଷ୍ଟେସନରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରିବେ। ଏହାପରେ ରାଷ୍ଟ୍ରପତି ଓ ରାଜ୍ୟପାଳ ସର୍କିଟ ହାଉସ୍‌ ଯିବେ ଏବଂ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଲକ୍ଷ୍ନୌ ଫେରିଯିବେ ବୋଲି ସୂଚନା ରହିଛି। ଦୀର୍ଘ ୧୫ ବର୍ଷ ପରେ ଦେଶର ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କୋବିନ୍ଦ କାନପୁରକୁ ୩ ଦିନିଆ ଗସ୍ତ କରିଛନ୍ତି।

Share