ରାଷ୍ଟ୍ରପତି ଖୋଲିଲେ ମୁହଁ, ଯୁଦ୍ଧ ନୁହେଁ ସମାଧାନ-ପ୍ରଥମେ ଦେଶର ସୁରକ୍ଷା…

କାବୁଲ,୧୪।୮: ଆଫଗାନିସ୍ତାନରେ ତାଲିବାନର ଶକ୍ତି ବୃଦ୍ଧି ପାଉଛି। ଇତିମଧ୍ୟରେ ଅତାଙ୍କବାଦୀ ସଂଗଠନ ପକ୍ଷରୁ ଦେଶର ବହୁ ସହରକୁ ଦଖଲ କରାଯାଇଛି। ଦେଶରେ ଜାରି ରହିଥିବା ଭୟଙ୍କର ଗୃହଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଆଶରଫ ଘାନି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥା ହୋଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ସୁରକ୍ଷା ଏବଂ ପ୍ରତିରକ୍ଷା ବାହିନୀକୁ ସଂଗଠିତ କରିବା ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଦେଶରେ ତାଲିବାନ ଉଗ୍ରବାଦୀଙ୍କ ଦ୍ୱାରା ସୃଷ୍ଟି ହେଉଥିବା ହିଂସା ଉପରେ ସରକାର ନଜର ରଖିଛନ୍ତି। ଦେଶରେ ଅସ୍ଥିରତା, ହିଂସା, ସ୍ଥାନାନ୍ତରଣକୁ ରୋକିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଏହି ପରିସ୍ଥିତିରେ ଯୁଦ୍ଧକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଯୁଦ୍ଧ ସମସ୍ୟାର ସମାଧାନ ନୁହେଁ।
ଅପରପକ୍ଷରେ ତାଲିବାନ ସରକାରଙ୍କ ସହିତ ଆଲୋଚନା ପାଇଁ ୩ଟି ସର୍ତ୍ତ ରଖିଛି। ମାତ୍ର ଏସବୁ ସର୍ତ୍ତକୁ ସରକାର ଗ୍ରହଣ କରିବାକୁ ଅରାଜି ହେବେ ବୋଲି କୁହାଯାଉଛି। ପ୍ରଥମ ସର୍ତ୍ତ ହେଉଛି ଆଫଗାନିସ୍ତାନର ଜେଲରେ ଥିବା ସମସ୍ତ ତାଲିବାନ କଏଦୀଙ୍କୁ ସର୍ତ୍ତମୂଳକ ମୁକ୍ତ କରିବା। ଦ୍ୱିତୀୟ ସର୍ତ୍ତ ହେଉଛି ଆତଙ୍କବାଦୀ ଗୋଷ୍ଠୀ ଭାବେ ତାଲିବାନକୁ ମିଳିତ ଜାତିସଂଘ ତାଲିକାରୁ ହଟାଇବା ପାଇଁ ଆଫଗାନିସ୍ତାନ ସରକାର ନିଜର କାର୍ଯ୍ୟାଳୟ ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବେ। ସେହିପରି ତୃତୀୟ ସର୍ତ୍ତ ହେଉଛି ରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀ, ସେନା ମୁଖ୍ୟ, ଗୁପ୍ତଚର ଏଜେନ୍ସି (ଏନ୍‌ଡିଏସ୍‌) ମୁଖ୍ୟ ଭାବେ ତାଲିବାନର ସଦସ୍ୟ କାର୍ଯ୍ୟ କରିବେ।
ଶାନ୍ତି ଚୁକ୍ତି ପାଇଁ ଘାନିଙ୍କୁ ହଟାଯିବ କି ନାହିଁ ସେ ନିଷ୍ପତ୍ତି ଆଫଗାନିସ୍ତାନ ସରକାର ଏବଂ ଆମେରିକାକୁ ଗ୍ରହଣ କରିବାକୁ ହେବ। ଏପରିସ୍ଥଳେ ରାଷ୍ଟ୍ରପତିଙ୍କୁ ହଟାଇ ଦିଆଗଲେ ସରକାରଙ୍କ ପାଇଁ ଅପମାନ ଜନକ ହେବ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଦେଶର ସରକାରଙ୍କ ପାଖରେ ସୀମିତ ବିକଳ୍ପ ରହିଛି। ପ୍ରଥମ ବିକଳ୍ପ ଭାବେ ଲଢ଼େଇ କରି ତାଲିବାନକୁ ଧ୍ୱଂସ କରିବା। ସେହିପରି ଦ୍ୱିତୀୟ ବିକଳ୍ପ ହେଉଛି ଶାନ୍ତି ଚୁକ୍ତି ପାଇଁ ଆଫଗାନିସ୍ତାନ ସରକାର ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ତାଲିବାନ ସମ୍ମୁଖରେ ପରାଜୟ ସ୍ବୀକାର କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri