ମୋଦିଙ୍କୁ ପ୍ରଶଂସା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୩ା୮: ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ବୁଧବାର ଭାରତକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏକ ସଙ୍କଟଗ୍ରସ୍ତ ଦ୍ୱୀପ ଅର୍ଥାତ ଶ୍ରୀଲଙ୍କାକୁ ଜୀବନ ନିଃଶ୍ୱାସ ପ୍ରଦାନ କରିଛି। ସଂସଦର ତୃତୀୟ ଅଧିବେଶନରେ ସରକାରଙ୍କ ନୀତିଗତ ବିବୃତ୍ତି ଉପସ୍ଥାପନ କରିବାବେଳେ ଓ୍ବିକ୍ରମସିଂଘେ ଏହି ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ସେ ଏକ ଦଳୀୟ ସରକାର ଗଠନ ପାଇଁ ରାଜନୈତିକ ଦଳଗୁଡ଼ିକୁ ଆମନ୍ତ୍ରଣ କରିଥିଲେ।

ଓ୍ବିକ୍ରମସିଂଘେ କହିଛନ୍ତି, ଅର୍ଥନୈତିକ ପୁନରୁଦ୍ଧାର ପାଇଁ ଆମର ପ୍ରୟାସରେ ଆମ ନିକଟତମ ପଡ଼ୋଶୀ ଦେଶ ଭାରତ ଦେଇଥିବା ସହାୟତା ବିଷୟରେ ମୁଁ ଏକ ବିଶେଷ ଉଲ୍ଲେଖ କରିବାକୁ ଚାହୁଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଆମକୁ ଜୀବନର ନିଃଶ୍ୱାସ ଦେଇଛନ୍ତି। ମୁଁ ଏବଂ ମୋ ଲୋକମାନଙ୍କ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ମୋଦି, ସରକାର ଏବଂ ଭାରତବାସୀଙ୍କୁ କୃତଜ୍ଞତା ଜଣାଉଛୁ।

Share