Categories: ଜାତୀୟ

୭୭ତମ ସ୍ବାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୮: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସ୍ବାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ସୋମବାର ଅର୍ଥାତ୍‌ ଅଗଷ୍ଟ ୧୪ରେ ଦେଶକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ରବିବାର ଏକ ବୟାନରେ କୁହାଯାଇଛି କି ରାଷ୍ଟ୍ରପତିଙ୍କ ଏହି ସମ୍ବୋଧନ ଆକାଶବାଣୀର ସମସ୍ତ ରାଷ୍ଟ୍ରୀୟ ନେଟଓ୍ବର୍କରେ ସନ୍ଧ୍ୟା ୭ଟାର ପ୍ରଚାରିତ ହେବ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ହିନ୍ଦୀରେ ଓ ଏହାପରେ ଇଂରାଜୀରେ ପ୍ରସାରଣ କରାଯିବ।

Share