Categories: ଜାତୀୟ

ରାଷ୍ଟ୍ରପତିଙ୍କ ହେଲା ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୯।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଗୁରୁବାର ଅସ୍ତ୍ରୋପଚାର କରାଯାଇଛି। ଏକ ଡାକ୍ତରୀଦଳ ରାଷ୍ଟ୍ରପତିଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିଥିଲେ। ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିବୃତିରେ ଏହି ସୂଚନା ଦିଆଯାଇଛି। ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ପରେ ରାଷ୍ଟ୍ରପତି ବାସଭବନକୁ ଫେରିଆସିଛନ୍ତି।

Share