Categories: ଜାତୀୟ

ସ୍ପେଶାଲ ଟ୍ରେନ୍‌ରେ ଅଯୋଧ୍ୟା ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୪ ।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଗଷ୍ଟ ୨୯ରେ ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏକ ବିଶେଷ ଟ୍ରେନ୍ ଯୋଗେ ରାଷ୍ଟ୍ରପତି ଲକ୍ଷ୍ନୌରୁ ଅଯୋଧ୍ୟା ପର୍ଯ୍ୟନ୍ତ ଯାତ୍ରା କରିବେ । ଏହାହେବ ରାଷ୍ଟ୍ରପତିଙ୍କ ଦ୍ୱିତୀୟ ଥର ଟ୍ରେନ୍ ଯାତ୍ରା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ କରିବେ । ତେବେ ରାମଲଲାଙ୍କ ଦର୍ଶନ କରିବାରେ କୋବିନ୍ଦ ହେବେ ପ୍ରଥମ ରାଷ୍ଟ୍ରପତି । ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ସକାଳ ପ୍ରାୟ ୯ଟାରେ ଲକ୍ଷ୍ନୌରୁ ବାହାରିବେ । ପ୍ରାୟ ୧୩୫ କିଲୋମିଟର ରାସ୍ତା ଅତିକ୍ରମ କରି ସେ ୧୧ଟା ୩୦ ପାଖାପାଖି ଅଯୋଧ୍ୟାରେ ପହଞ୍ଚିବେ । ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଯୋରସୋରରେ ଚାଲିଛି । ରାଷ୍ଟ୍ରପତି ରାମଲଲାଙ୍କ ଦର୍ଶନ କରିବା ପରେ ହନୁମାନ ଗଡି ମନ୍ଦିର ଓ କନକ ଭବନ ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।

Share