Categories: ଜାତୀୟ

ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୩ ।୬: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଓଡିଶାର ରାଜଧାନୀ ଭୁବନେଶ୍ୱରରୁ ଯାଇ ଦିଲ୍ଲୀ ପହଞ୍ଚିଛନ୍ତି । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ମୁର୍ମୁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିବେ । ରାଷ୍ଟ୍ରପତି ପଦ ପାଇଁ ସେ ବିରାଧି ଦଳର ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶବନ୍ତ ସିହ୍ନାଙ୍କ ସହ ଲଢିବେ ।

ଦିଲ୍ଲୀ ପହଞ୍ଚିବା ପରେ ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଅର୍ଜୁନ ରାମ ମେଘୱାଲ ଓ ଡା. ବୀରେନ୍ଦ୍ର କୁମାର ତଥା ଭାଜପା ନେତା ମନୋଜ ତିୱାରୀ ମୁର୍ମୁଙ୍କୁ ସ୍ୱାଗତ କରିଥିଲେ । ଏହାପରେ ସେ ସିଧା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଯାଇ ସେଠାରେ ମୋଦିଙ୍କୁ ସାକ୍ଷାତ୍ କରିଥିଲେ । ଏହି ସାକ୍ଷାତକାର ପରେ ମୋଦି ଟୁଇଟ କରି କହିଥିଲେ, ଏନଡିଏର ରାଷ୍ଟ୍ରପତି ପ୍ରଦ ପାଇଁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମଙ୍କ ସହ ସାକ୍ଷାତ୍ ହେଲା । ତାଙ୍କର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲକୁ ଦେଶର ସବୁ ବର୍ଗର ଲୋକେ ପସନ୍ଦ କରିଛନ୍ତି । ତୃଣମୂଳ ସ୍ତରର ସମସ୍ୟା ଓ ଭାରତର ବିକାଶ ପାଇଁ ତାଙ୍କର ଚିନ୍ତାଧାରା ଉତ୍କୃଷ୍ଟ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି ।

Share