Categories: ଜାତୀୟ

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୨୦।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିରେ ରବିବାର ସଫଳତାର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏଥିପାଇଁ ୬୪ ବର୍ଷୀୟ ମୁର୍ମୁ ଦିଲ୍ଲୀର ଆର୍ମି ରେଫରାଲ ଆଣ୍ଡ୍‌ ରିସର୍ଚ୍ଚ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ପରେ ସେ ରାଷ୍ଟ୍ରପତି ଭବନକୁ ଫେରିଛନ୍ତି। ଗତ ଅକ୍ଟୋବର ୧୬ରେ ମୁର୍ମୁଙ୍କ ବାମ ଆଖିରେ ଅସ୍ତ୍ରୋପଚାର ହୋଇଥିଲା।

Share