Categories: Uncategorized

ସ୍ୱାଧିନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୪ ।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ରବିବାର ଦେଶକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତି ଭାବେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏହା ତାଙ୍କର ପ୍ରଥମ ସମ୍ବୋଧନ ହେବ । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବୟାନରେ ଏହି ସୂଚନା ଦିଆଯାଇଛି । ବୟାନରେ କୁହାଯାଇଛି, ରାଷ୍ଟ୍ରପତିଙ୍କ ସମ୍ବୋଧନର ପ୍ରସାରଣ ଆକାଶବାଣୀର ସମସ୍ତ ରାଷ୍ଟ୍ରୀୟ ନେଟୱର୍କ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ସନ୍ଧ୍ୟା ୭ଟାରେ ପ୍ରସାରଣ କରାଯିବ ।
କୁହାଯାଇଛି କି, ରାଷ୍ଟ୍ରପତିଙ୍କ ସମ୍ବୋଧନ ପ୍ରଥମେ ହିନ୍ଦୀରେ ଓ ପରେ ଇଂରାଜୀରେ ପ୍ରସାରଣ କରାଯିବ । ଦୂରଦର୍ଶନରେ ହିନ୍ଦୀ ଓ ଇଂରାଜୀରେ ସମ୍ବୋଧନ ପ୍ରସାରଣ ପରେ ଏହାର ଆଞ୍ଚଳିକ ଚ୍ୟାନେଲ ଗୁଡିକରେ ଏହା ଆଞ୍ଚଳିକ ଭାଷାରେ ପ୍ରସାରିତ କରାଯିବ । ଆକାଶବାଣୀ ଏହି ସମ୍ବୋଧନକୁ ଆଞ୍ଚଳିକ ଷ୍ଟେଶନ ଗୁଡିକରେ ରାତି ୯ଟା ୩୦ରେ ଆଞ୍ଚଳିକ ଭାଷାରେ ପ୍ରଚାର କରିବ ।