ଫେମିନା କଭର୍‌ ପେଜ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୫।୮: ଦେଶର ଜଣାଶୁଣା ପତ୍ରିକା ଫେମିନା ମାଗାଜିନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର ଷ୍ଟୋରୀ କରିଛି। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କୁ ମାଗାଜିନ୍‌ ଏହାର ଅଗଷ୍ଟ ଏଡିସନ କଭର୍‌ ପେଜରେ ସ୍ଥାନ ଦେଇଛି। ଏହାର ପ୍ରଥମ କପି ଟାଇମ୍ସ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିନୀତ ଜୈନ ରାଷ୍ଟ୍ରପତିଙ୍କୁ ଭେଟି ପ୍ରଦାନ କରିଛନ୍ତି। ତେବେ ମହିଳା ସଶକ୍ତିକରଣର ଅଭିବ୍ୟକ୍ତି ଭାବେ ମାଗାଜିନ୍‌ର କଭର ପେଜରେ ରାଷ୍ଟ୍ରପତିଙ୍କୁ ଦର୍ଶାଯାଇଛି। ଏଥିରେ ତାଙ୍କର ରାଜନୈତିକ, ସାମାଜିକ, ଶିକ୍ଷା ଆଦି ଦିଗରେ କରାଯାଇଥିବା କାମଗୁଡ଼ିକୁ ବିଶେଷ ଭାବେ ଦର୍ଶାଯାଇଛି।

Share