ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ ଜଣାଇଛନ୍ତି।
‘ଯୁବ ଖେଳାଳିମାନେ ପ୍ରେରଣା ଲାଗି ଉଦାହରଣ ସୃଷ୍ଟି କରୁଥିବା ଦେଖିବା ଆନନ୍ଦଦାୟକ। ଭବିଷ୍ୟତରେ ସଫଳତା ଜାରି ରଖିବା ପାଇଁ ସମସ୍ତ ଯୁବ ଖେଳାଳିଙ୍କୁ ଶୁଭେଚ୍ଛା।
ଏସିଆ କପ୍ରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଜୁନିୟର ପୁରୁଷ ଓ ମହିଳା ହକି ଦଳକୁ ହୃଦୟରୁ ଅଭିନନ୍ଦନ। ସେମାନଙ୍କ ନିଷ୍ଠା, ଶୃଙ୍ଖଳା ଓ ଟିମ୍ଓ୍ବର୍କ ଦେଶ ପାଇଁ ଗୌରବ ଆଣିଛି’ ବୋଲି ରାଷ୍ଟ୍ରପତି ମୁର୍ମୁ ଏକ୍ସ’ରେ ପୋଷ୍ଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତ ୪-୧ ଗୋଲରେ କୋରିଆକୁ ହରାଇ ପୁରୁଷ ଜୁନିୟର ଏସିଆ କପ୍ ଟାଇଟଲ ବଜାୟ ରଖିଥିବା ବେଳେ ଚାଇନାକୁ ୧-୦ ଗୋଲରେ ହରାଇ ଭାରତ ଲଗାତର ତୃତୀୟଥର ପାଇଁ ଜୁନିୟର ମହିଳା ଏସିଆ କପ୍ ଟ୍ରଫି ଜିତିଛି।