ଆର୍ମି ପୋଷାକରେ ବର୍ଡରରେ ପହଞ୍ଚିଲେ ରାଷ୍ଟ୍ରପତି…

କୟିଭ୍‌,୧୩।୪: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ ଏକ ଚ୍ୟାନେଲରେ ଯୁଦ୍ଧର ଧମକ ଦେଇଛନ୍ତି। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲୋଦୟମୟର ଜେଲେନକ୍ସି ଆର୍ମି ପୋଷାକ ପିନ୍ଧି ବର୍ଡରରେ ପହଞ୍ଚିଛନ୍ତି। ସେ ସୈନ୍ୟ ବାହିନୀଙ୍କ ମନୋବଳ ବୃଦ୍ଧି କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଛନ୍ତି। ରୁଷିଆ ସୀମାରେ ୮୦ ହଜାର ସୈନ୍ୟ ମୁତୟନ କରିଥିବାବେଳେ ୟୁକ୍ରେନ୍‌ କ୍ରିମିୟାରେ ସଜାଗ ରଖିଛି। ସେହିପରି ଡୋନବାସରେ ରୁଷୁଆ ସମର୍ଥକଙ୍କ ମୁକାବିଲା ପାଇଁ ୪୦ ହଜାର ସୈନ୍ୟଙ୍କୁ ମୁତୟନ କରାଯାଇଥିବା ୟୁକ୍ରେନ୍‌ର ରାଷ୍ଟ୍ରପତିଙ୍କ ପ୍ରବକ୍ତା ଇଉଲିଆ ମେଣ୍ଡଲ ସୂଚନା ଦେଇଛନ୍ତି।

Share