Categories: ଜାତୀୟ

ୟୁ. ୟୁ. ଲଳିତ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି: ଲାଗିଲା ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ,୧୦।୮: ଦେଶର ୪୯ତମ ପ୍ରଧାନ ବିଚାରପତି ଭାବରେ ସୁପ୍ରିମକୋର୍ଟର ଜଷ୍ଟିସ ଉଦୟ ଉମେଶ ଲଲିତଙ୍କୁ ନିଯୁକ୍ତ କରାଯାଇଛି। ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି। ଗତ ସପ୍ତାହରେ ସିଜେଆଇ ଏନ.ଭି. ରମନା ତାଙ୍କ ଉତ୍ତରାଧିକାରୀ ଭାବରେ ୟୁ.ୟୁ. ଲଲିତଙ୍କୁ ବାଛିଥିଲେ। ଜଷ୍ଟିସ ଲଲିତଙ୍କୁ ସିଜେଆଇ ଭାବେ ନିଯୁକ୍ତ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ।
୨୪ ଏପ୍ରିଲ ୨୦୨୧ରେ ପ୍ରଧାନ ବିଚାରପତି ଏନ.ଭି. ରମନା ଦେଶର ୪୮ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଆସନ୍ତା ଅଗଷ୍ଟ ୨୬ରେ ସେ ଅବସର ନେବେ। ପରବର୍ତ୍ତୀ ସିଜେଆଇ ଭାବରେ ଜଷ୍ଟିସ ଲଲିତଙ୍କ କାର୍ଯ୍ୟକାଳ ତିନି ମାସରୁ କମ ହେବ କାରଣ ସେ ଚଳିତ ବର୍ଷ ନଭେମ୍ବର ୮ରେ ଅବସର ନେବେ।

Share