ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି ବ୍ୟସ୍ତ ସେମାନଙ୍କର ଅଭିଭାବକ ମଧ୍ୟ ସେତିକି ବ୍ୟସ୍ତ ଓ ଚିନ୍ତିତ। କାରଣ ପରୀକ୍ଷାର ଫଳାଫଳ ଉପରେ ଭବିଷ୍ୟତର ପାଠପଢ଼ା ଓ ଚାକିରି ବହୁତ ପରିମାଣରେ ନିର୍ଭର କରିଥାଏ। ପରୀକ୍ଷାରେ ସଫଳହେବା ପାଇଁ ଠିକ୍‌ ଯୋଜନା ମୁତାବକ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ଏହି ପ୍ରସ୍ତୁତି ପ୍ରକ୍ରିୟା ପାଇଁ ପରୀକ୍ଷାର୍ଥୀଙ୍କ ସହ ଅଭିଭାବକଙ୍କର ମଧ୍ୟ ଗୁରୁତ୍ୱପର୍ଣ୍ଣ ଭୂମିକା ରହିଥାଏ।
ପରୀକ୍ଷାର୍ଥୀଙ୍କ ପାଇଁ ପରାମର୍ଶ: ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ପାଠ ପଢ଼ିବା ନିମନ୍ତେ କାର୍ଯ୍ୟସୂଚୀ ପ୍ରସ୍ତୁତ କରନ୍ତୁ। ନିଜର ଶିକ୍ଷକ, ମାତାପିତା ଓ ବଡ଼ ଭାଇଭଉଣୀଙ୍କ ସହ ଆଲୋଚନାକରି ନିଜ ପାଠ ପଢ଼ିବାର ଯୋଜନା ପ୍ରସ୍ତୁତ କରନ୍ତୁ। ସେହି କାର୍ଯ୍ୟସୂଚୀ ଅନୁସାରେ ସଂଗଠିତ ଓ ଯୋଜନା ମୁତାବକ ପାଠ ପଢ଼ନ୍ତୁ। ଯେଉଁ ବିଷୟ କଷ୍ଟ ଲାଗୁଥିବ ତାକୁ ଅଧିକ ସମୟ ଦିଅନ୍ତୁ। ତାକୁ ବାରମ୍ବାର ଅଭ୍ୟାସ (ରିଭିଜନ) କରନ୍ତୁ। ପାଠକୁ ଭାଗ ଭାଗ କରି ପଢ଼ନ୍ତୁ। ଫଳରେ ପାଠ ଅଧିକ ମାତ୍ରାରେ ମନେରହିବ। ନିଜ ସହପାଠୀଙ୍କ ସହ ବିଭିନ୍ନ ବିଷୟ ଆଲୋଚନାକରି ପଢ଼ିଲେ ପାଠ ବୁଝିବା ଓ ମନେରଖିବାରେ ସୁବିଧା ହୋଇ ଥାଏ। କୌଣସି ବିଷୟରେ କିଛି ବୁଝାପଡୁ ନ ଥିଲେ ତାକୁ ହେୟଜ୍ଞାନ ନ କରି ନିଜ ଶିକ୍ଷକ , ମାତାପିତା କିମ୍ବା ସହପାଠୀଙ୍କର ସାହାଯ୍ୟ ନିଅନ୍ତୁ। ଲଗାତର ଘଣ୍ଟା ଘଣ୍ଟା ଧରି ପାଠ ପଢ଼ନ୍ତୁ ନାହିଁ। ଏହାଦ୍ୱାରା ପାଠରେ ଏକାଗ୍ରତା ରହେ ନାହିଁ। ତେଣୁ ୪୫ ମିନିଟ୍‌ ରୁ ୧ ଘଣ୍ଟା ପାଠ ପଢ଼ିଲା ପରେ କିଛି ସମୟ ବିରତି ନିଅନ୍ତୁ। ଏହି ସମୟରେ ମନକୁ ଶାନ୍ତି ଦେଲା ଭଳି କିଛି କାମ କରନ୍ତୁ। ଯଥା ମଧୁର ସଙ୍ଗୀତ ଶୁଣନ୍ତୁ, ପରିବାର ଲୋକଙ୍କ ସହ କଥା ହୁଅନ୍ତୁ। ପାଠକୁ ଘୋଷି ପଢ଼ିବା ପରିବର୍ତ୍ତେ ବୁଝିକରି ପଢ଼ିଲେ ସହଜରେ ମନେରହେ। ରାତିରେ ଡେରି ପର୍ଯ୍ୟନ୍ତ ପଢ଼ନ୍ତୁ ନାହିଁ। ରାତିରେ ଶୀଘ୍ର ଶୋଇ ସକାଳୁ ଜଲ୍‌ଦି ଉଠନ୍ତୁ। ସକାଳୁ ମନ ସ୍ଥିର ଓ ଶାନ୍ତ ଥାଏ। ଏହି ସମୟରେ ପାଠ ପଢ଼ିଲେ ମନେରଖିବାର ସମ୍ଭାବନା ଅଧିକ ଥାଏ। ମଧ୍ୟାହ୍ନ ଓ ରାତ୍ରିଭୋଜନର ୩୦ ମିନିଟ୍‌ ପର ପର୍ଯ୍ୟନ୍ତ ପାଠ ପଢ଼ନ୍ତୁ ନାହିଁ। ଏହି ସମୟରେ ବିଶ୍ରାମ ନିଅନ୍ତୁ। କାରଣ ଏହି ସମୟରେ ମସ୍ତିଷ୍କକୁ ରକ୍ତ ସଂଚାଳନ କମିଯାଇଥାଏ ଓ ପାକସ୍ଥଳୀକୁ ରକ୍ତ ସଂଚାଳନ ବଢ଼ିଯାଇଥାଏ। ଫଳରେ ପାଠ ପଢ଼ିଲେ ଠିକ୍‌ ମନେ ରହେନାହିଁ। ପାଠ ପଢୁଥିଲା ବେଳେ ଅନେକ ପିଲାଙ୍କୁ ଲାଗିଥାଏ ଯେ ଏତେ ପଢ଼ିଲା ପରେ ମଧ୍ୟ କିଛି ମନେ ରହୁନାହିଁ। ମାତ୍ର ଏହା ଏକ ସାଧାରଣ ଅନୁଭୂତି । ଏପରି ପ୍ରାୟ ସମସ୍ତଙ୍କୁ ଲାଗିଥାଏ। ଏହା ପାଇଁ ବ୍ୟସ୍ତ ନ ହୋଇ ଧୈର୍ଯ୍ୟ ଧରନ୍ତୁ। ପ୍ରତ୍ୟେକ ବିଷୟକୁ ବାରମ୍ବାର ରିଭିଜନ(ପୁନର୍ଭ୍ୟାସ) କରନ୍ତୁ। ଗୋଟିଏ କଥା ଜାଣିରଖିବାକୁ ହେବ ଯେ କୌଣସି ଔଷଧ ଦ୍ୱାରା ସ୍ମରଣ ଶକ୍ତି ବଢ଼ାଇ ହେବନାହିଁ। ପାଠ ମନେରଖିବା ପାଇଁ ଅଧିକ ପରିଶ୍ରମ ହିଁ ଏକ ମାତ୍ର ବାଟ। ପାଠ ପଢ଼ିଲା ବେଳେ ଅନେକ ପିଲାଙ୍କ ମନରେ ଚିନ୍ତା ଆସିଥାଏ ଯେ ପରୀକ୍ଷା କେମିତି ହେବ, କେତେ ନମ୍ବର ରହିବ, ଏସବୁକୁ ନେଇ ମନରେ ଆଶଙ୍କା ଓ ଏକ ପ୍ରକାର ଭୟ ଆସିଥାଏ, ଯାହାକୁ ସାଧାରଣ ଭାଷାରେ ଆଙ୍ଗ୍‌ଜାଇଟି ବା ଟେନ୍‌ସନ ବୋଲି କୁହାଯାଇଥାଏ। ଏସବୁ ମନରେ ଆସିଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ବରଂ ଏହା ଦ୍ୱାରା ପରୀକ୍ଷାରେ ପ୍ରଦର୍ଶନ ବଢ଼ିଥାଏ।
ପରୀକ୍ଷାରେ ସମୟର ଠିକ୍‌ ପରିଚାଳନାକରିବା ନିମନ୍ତେ ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ। କେଉଁ ପ୍ରଶ୍ନକୁ କେତେ ସମୟ ଦେବେ ତାହା ପୂର୍ବରୁ ସ୍ଥିର କରି ରଖନ୍ତୁ। ମଡେଲ ପ୍ରଶ୍ନପତ୍ର କଲା ବେଳେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ପୂର୍ବ ବର୍ଷର ପ୍ରଶ୍ନପତ୍ରକୁ ପ୍ରଦତ୍ତ ସମୟ ମଧ୍ୟରେ କରିବାର ଅଭ୍ୟାସ କରନ୍ତୁ। ପରୀକ୍ଷା ପ୍ରସ୍ତୁତି ସମୟରେ ମୋବାଇଲ ଫୋନ, କମ୍ପ୍ୟୁଟର ଓ ସୋସିଆଲ ମିଡିଆ (ଫେସ୍‌ବୁକ୍‌, ହାଟ୍ସଆପ୍‌) ଓ ଭିଡିଓ ଗେମ୍‌ଠାରୁ ଦୂରେଇ ରୁହନ୍ତୁ। ଏସବୁ ମନକୁ ବିଚଳିତ କରିଥାଏ ,ପାଠ ପଢ଼ାରେ ଏକାଗ୍ରତା କମିଥାଏ ଓ ରାତିରେ ଭଲ ନିଦ ହୋଇ ନ ହୋଇଥାଏ। ମନରେ କୌଣସି ନକାରାତ୍ମକ ଚିନ୍ତା ଆସିଲେ ନିଜ ଆତ୍ମୀୟ ଲୋକଙ୍କୁ ଏ ବିଷୟରେ ଜଣାନ୍ତୁ। ନିଜ ମନର କଥାକୁ ନିଜ ମାତାପିତାଙ୍କ ସହ ଆଲୋଚନା କରନ୍ତୁ। ନିୟମିତ ଭାବରେ ପ୍ରତିଦିନ ୨ଥର ୧୫ ରୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ଦୀର୍ଘ ଓ ଗଭୀର ନିଃଶ୍ୱାସ ପ୍ରଶ୍ୱାସ (ଡିପ୍‌ ବ୍ରିଦିଙ୍ଗ୍‌ ଏକ୍ସରସାଇଜ) ନିଅନ୍ତୁ। ଏହାଦ୍ୱାରା ମସ୍ତିଷ୍କକୁ ରକ୍ତ ସଂଚାଳନ ବଢ଼ିଥାଏ ଓ ଏକାଗ୍ରତା ବୃଦ୍ଧି ପାଇଥାଏ। ସମୟ ମିଳିଲେ ଯୋଗ ଅଭ୍ୟାସ ମଧ୍ୟ କରନ୍ତୁ। ପରୀକ୍ଷା ପୂର୍ବ ଦିନ ରାତିରେ ଅନିଦ୍ରା ହୋଇ ପଢ଼ନ୍ତୁ ନାହିଁ। ଫଳରେ ପରୀକ୍ଷା ସମୟରେ ଥକ୍କା ଓ ନିଦ ମଧ୍ୟ ଲାଗିପାରେ। ତେଣୁ ପରୀକ୍ଷା ପୂର୍ବ ରାତିରେ ଶୀଘ୍ର ଶୋଇପଡ଼ନ୍ତୁ। ଅତି କମ୍‌ରେ ୬ ଘଣ୍ଟା ଶୁଅନ୍ତୁ। ନିଜ ମନକୁ ଦୃଢ଼ ରଖନ୍ତୁ। ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ।
ଅଭିଭାବକଙ୍କୁ ପରାମର୍ଶ : ନିଜ ପିଲାର ମାନସିକ ଦକ୍ଷତା ଅନୁସାରେ ହିଁ ତା’ଠାରୁ ଫଳ ଆଶା କରନ୍ତୁ। ପରୀକ୍ଷାରେ କେତେ ପ୍ରତିଶତ ନମ୍ବର ଆଣିବ ସେଥି ନିମନ୍ତେ ପରୀକ୍ଷା ପୂର୍ବରୁ ପିଲା ଉପରେ ଅତ୍ୟଧିକ ଚାପ ପକାନ୍ତୁ ନାହିଁ। ଏହାଦ୍ୱାରା ପିଲା ସବୁବେଳେ ମାନସିକ ରୂପରେ ଚାପଗ୍ରସ୍ତ ରହିବ ଓ ପରୀକ୍ଷାରେ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରିବ ନାହିଁ। ପିଲାର ଖରାପ ପ୍ରଦର୍ଶନକୁ ନେଇ ତାକୁ ଉପହାସ କିମ୍ବା ହତୋତ୍ସାହିତ କରନ୍ତୁ ନାହିଁ। ଏହାଦ୍ୱାରା ପିଲାର ମନୋବଳ ଭାଙ୍ଗିଯାଇଥାଏ। ପିଲାକୁ ସବୁବେଳେ ଉତ୍ସାହିତ କରନ୍ତୁ, ସକାରାତ୍ମକ ମନୋଭାବ ସୃଷ୍ଟି ପାଇଁ ଚେଷ୍ଟା କରନ୍ତୁ। ପିଲାକୁ ପ୍ରତ୍ୟେକ ଦିନ ଯଥେଷ୍ଟ ଶୋଇବାକୁ ଦିଅନ୍ତୁ। ଅତିକମ୍‌ରେ ୬ ରୁ ୮ ଘଣ୍ଟା ଶୋଇବାକୁ ଦିଅନ୍ତୁ। ମସ୍ତିଷ୍କକୁ ଉପଯୁକ୍ତ ଆରାମ ନ ମିଳିଲେ ସ୍ମରଣ ଶକ୍ତି ଓ ଏକାଗ୍ରତା କମିଯାଇଥାଏ। ପିଲାକୁ ସୁଷମ ଓ ପୁଷ୍ଟିସାରଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଠିକ୍‌ ସମୟରେ ଖାଇବାକୁ ଦିଅନ୍ତୁ। ଖାଦ୍ୟ ଖାଇବାରେ ବିଳମ୍ବ ହେଲେ ରକ୍ତରେ ଶର୍କରାର ମାତ୍ରା କମିଯାଇଥାଏ (ହାଇପୋଗ୍ଲାଇସେମିଆ)। ଫଳରେ ମଧ୍ୟ ସ୍ମରଣ ଶକ୍ତି କମିଯାଇଥାଏ।

ପଢ଼ନ୍ତୁ ➡️ଗାଈ ସଂଗ୍ରହାଳୟ

ପିଲାକୁ ପାଠ ସହ କିଛି ସମୟ ଖେଳ କିମ୍ବା ହାଲ୍‌କା ଶାରୀରିକ ପରିଶ୍ରମ ଓ ଅନ୍ୟ କିଛି ମନୋରଞ୍ଜକ କାମ କରିବାକୁ ଦିଅନ୍ତୁ। ଫଳରେ ମସ୍ତିଷ୍କକୁ କିଛି ସମୟ ଆରାମ ମିଳିଥାଏ। ପୁଣି ପାଠ ପଢ଼ିଲେ ଏକାଗ୍ରତା ବଢ଼ିଥାଏ। ନିଜ ପିଲାକୁ ଅନ୍ୟ କୌଣସି ପିଲା ସହ ତୁଳନା କରନ୍ତୁ ନାହିଁ। ଏହା ଫଳରେ ପିଲା ଉପରେ ଅଯଥା ମାନସିକ ଚାପ ପଡ଼ିଥାଏ ଓ ତାହାର ପାଠ ଉପରୁ ଏକାଗ୍ରତା କମିଯାଇଥାଏ। ପିଲା ଯଦି ମାତାପିତାଙ୍କୁ କିଛି କହିବାକୁ ଚାହୁଁଥାଏ, ତେବେ ତା’ ମନର କଥାକୁ ଧୈର୍ଯ୍ୟର ସହ ଶୁଣନ୍ତୁ। ପରୀକ୍ଷା ଚାଲିଥିବା ସମୟରେ ଘରେ ଶାନ୍ତ ଓ ସକାରାତ୍ମକ ପରିବେଶ ରଖନ୍ତୁ। ଅଭିଭାବକମାନେ ପିଲାର ପରୀକ୍ଷା ସମୟରେ ନିଜେ ଅତ୍ୟଧିକ ମାନସିକ ଚାପଗ୍ରସ୍ତ ବା ଚିନ୍ତିତ ହୁଅନ୍ତୁ ନାହିଁ। କାରଣ ପିଲା ଆପଣଙ୍କୁ ଚିନ୍ତିତ ଦେଖିଲେ ସେ ମଧ୍ୟ ଦୁଃଖ ଅନୁଭବ କରିବ। କଠିନ ପରିଶ୍ରମ, ଗଭୀର ଅଧ୍ୟବସାୟ, ଠିକ୍‌ ଯୋଜନା ମୁତାବକ ପ୍ରସ୍ତୁତି ଓ ଅଭିଭାବକଙ୍କ ସହଯୋଗ ଦ୍ୱାରା ପ୍ରତ୍ୟେକ ପରୀକ୍ଷାର୍ଥୀ ନିଶ୍ଚିତ ଭାବରେ ସଫଳତା ହାସଲ କରିପାରିବେ।

ଡ. ସତ୍ୟକାମ ମହାପାତ୍ର
ମାନସିକ ରୋଗ ବିଶେଷଜ୍ଞ
ମୋ: ୮୪୫୬୯୧୫୫୦୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri