‘ମଙ୍କିପକ୍ସ’କୁ ନେଇ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି: ଗାଇଡ଼ଲାଇନ୍‌ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ବର,୨୫।୭(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏପଟେ ଆତଙ୍କ ଖେଳାଇଲାଣି ‘ମଙ୍କିପକ୍ସ’। ଯାହାକୁ ନେଇ ସରକାରଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି। ତେବେ ରାଜ୍ୟରେ ଏଯାଏ ‘ମଙ୍କିପକ୍ସ’ ମାମଲା ଚିହ୍ନଟ ହୋଇନାହିଁ। ହେଲେ ମଙ୍କିପକ୍ସ ନେଇ ଗାଇଡ଼ଲାଇନ୍‌ ଆସିଛି। ଗାଇଡ଼ଲାଇନ୍‌ ଅନୁସାରେ ପଦକ୍ଷେପ ନେବାକୁ ସବୁ ଜିଲାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ଯାହା ସ୍ଥିତି ଅଛି ତା’ ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି।