ସ୍ଥିତି ନିୟନ୍ତ୍ରଣ ପାଇଁ ସଜବାଜ

ଅନୁଗୋଳ ଅଫିସ, ୧୨।୪: ଅନୁଗୋଳ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଇବାରେ ଲାଗିଛି ଆଗାମୀ ଦିନରେ ସ୍ଥିତି ହାତରୁ ଖସିଯାଇପାରେ। ତେଣୁ ଏପରି ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପୂର୍ବରୁ କଟକଣା କଡ଼ାକଡ଼ି କରାଯାଇଥିବା ବେଳେ ରବିବାରଠାରୁ ଅମାନିଆଙ୍କ ନିକଟରୁ ୨ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଉଛି। ଏଥିସହ ବଜାରରେ ଭିଡ଼ ନିୟନ୍ତ୍ରଣ ପାଇଁ ସଜବାଜ ଆରମ୍ଭ ହୋଇଛି। ଗତବର୍ଷ ପରି ବ୍ୟାରିକେଡ୍‌ ପୋତାଯାଇଛି। ଏହାଦ୍ୱାରା ଆବଶ୍ୟକ ପଡ଼ିଲେ ବଜାରକୁ ସିଲ୍‌ କରାଯିବା ସହଜ ହେବ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି।
ଆଖପାଖ ଜିଲା ତୁଳନାରେ ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଅଧିକ ରହୁଛି। କେବେଠାରୁ ଦୈନିକ ସଂକ୍ରମିତ ସଂଖ୍ୟା ଦୁଇ ଅଙ୍କ ଛୁଇଁସାରିଛି। ପଜିଟିଭ୍‌ ସଂଖ୍ୟା ଏପରି ବଢ଼ିଚାଲିଲେ ଶତକ ପାର କରିବା ଆଉ ବେଶୀ ଦୂର ନୁହେଁ ବୋଲି ଆଶଙ୍କା କରାଯାଉଛି। ତେଣୁ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନେବା ଆରମ୍ଭ ହୋଇଛି। ରବିବାର ମେଡିକାଲ ଛକ, ବଜାର ଛକରେ ବ୍ୟାରିକେଡ୍‌ କରାଯାଇଥିବାବେଳେ ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ ପାଳନ କରୁ ନ ଥିବା ଲୋକ ଏବଂ ବ୍ୟବସାୟୀଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି। ବିଶେଷକରି କେତେଜଣ ବ୍ୟବସାୟୀ ବାରମ୍ବାର କଟକଣା ଉଲ୍ଲଂଘନ କରୁଥିବା ଦେଖାଯାଉଥିବାରୁ ଅଧିକ ଅର୍ଥ ଆଦାୟ କରାଯାଉଥିବା ପୌରପାଳିକା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଖୋଦ୍‌ ନିର୍ବାହୀ ଅଧିକାରୀ ଅନ୍ୟ କର୍ମଚାରୀଙ୍କୁ ଧରି ସହରରେ ବୁଲି ଯାଞ୍ଚ କରୁଥିବା ଦେଖାଯାଉଛି। ଏଥିସହ ସହରକୁ ନୂଆକରି ଆସୁଥିବା ଲୋକଙ୍କୁ ସଚେତନ କରାଯାଉଛି। ରବିବାର ୧୨ ଜଣ ବ୍ୟବସାୟୀ ଓ ୧୪ ଜଣ ସାଧାରଣ ଲୋକଙ୍କ ନିକଟରୁ ୩୧ ହଜାର ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି। ଜରୁରୀ ନ ଥିଲେ ବଜାର ନ ଆସିବାକୁ ସହରବାସୀଙ୍କୁ ପୌର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ନଚେତ୍‌ ଆଗାମୀ ଦିନରେ ଜରିମାନା ରାଶି ଆହୁରି ବୃଦ୍ଧି କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ଲୋକମାନେ ସଚେତନ ନ ହେଲେ ବ୍ୟାରିକେଡ୍‌ କରାଯାଇଥିବା ବଜାର ରାସ୍ତାକୁ ସିଲ୍‌ କରିବାକୁ ପ୍ରଶାସନ ପକ୍ଷରୁ ଯୋଜନା ହେଉଥିବା ସୂଚନା ମିଳିଛି।

ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ୍‌
ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ବହୁ ଲୋକ କଟକଣା ପାଳନ କରୁନାହାନ୍ତି। ବଜାରରେ ବ୍ୟାରିକେଡ୍‌ ପୋତାଯିବାର ମୁଖ୍ୟ କାରଣ ହେଉଛି ଭିଡ଼ ନିୟନ୍ତ୍ରଣ କରିବା। ଭିଡ଼ ନ କମିଲେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ। ଏପରି ହେଲେ ବଜାରକୁ ସିଲ୍‌ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ

ପୋଲିସ ମୁତୟନ ଆବଶ୍ୟକ
ସଂକ୍ରମଣ ବଢ଼ୁଥିବାରୁ କଟକଣା ନ ରହିଲେ ଏହା ଭୟଙ୍କର ରୂପ ନେବ। ତେବେ ବଜାରରେ ବ୍ୟାରିକେଡ୍‌ ପରିବର୍ତ୍ତେ ପୋଲିସ ମୁତୟନ କରାଗଲେ ଭଲ ହୁଅନ୍ତା। ବ୍ୟାରିକେଡ ନିକଟରେ ଭିଡ଼ ଅଧିକ ହୋଇଥାଏ। ଏପରି କି ସେଠାରେ ସାମାଜିକ ଦୂରତ୍ୱ ରହି ନ ଥାଏ।
-ଭୂପେଶ ଚନ୍ଦ୍ର ପ୍ରଧାନ, ସଭାପତି, କଳାକାର

ବେଳ ଥାଉ ଥାଉ ସାବଧାନତା ଲୋଡା
କରୋନାର ଦ୍ୱିତୀୟ ଲହର ଏବେ ଭୟଙ୍କର ସ୍ଥିତି ଆଡ଼କୁ ଗତି କରୁଛି। ବେଳ ଥାଉ ଥାଉ ସାବଧାନ ହେବା ଆବଶ୍ୟକ। ନଚେତ ଏହା ପରର ସ୍ଥିତି ଆମକୁ ହିଁ ଭୋଗିବାକୁ ପଡ଼ିବ। ଲକ୍‌ଡାଉନ୍‌କୁ ସବୁ ମହଲରେ ବିରୋଧ କରାଯାଉଥିବାରୁ ସେହି ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ।
-ସାଇସ୍ମିତା ସାହୁ, ଅନୁଗୋଳ

ଅମାନିଆ ସାବାଡ଼ ହେବା ଦରକାର
ଲୋକଙ୍କୁ ସଚେତନ କରିବା ସହ ଉଲ୍ଲଂଘନକାରୀଙ୍କ ଠାରୁ ପ୍ରଶାସନ ଜରିମାନା ଆଦାୟ କରୁଛି। ତଥାପି ସହରରେ ବହୁ ଲୋକ ମାସ୍କ ପିନ୍ଧୁ ନାହାନ୍ତି। ସାମାଜିକ ଦୂରତ୍ୱ ରଖୁନାହାନ୍ତି। ତେଣୁ ଏମାନେ କରୋନାକୁ ବଢ଼ାଇଦେବେ। ଏପରି ଅମାନିଆମାନଙ୍କୁ ସାବାଡ଼ କରାଯିବା ଦରକାର।
-ବିଭୂତି କିଷାନ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri