କେଶରୀ ନଗର ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜୋରଦାର: ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ମୋହନା,୯।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ କେଶରୀ ନଗର ହନୁମାନ ମନ୍ଦିରରେ ଧ୍ୱଜାରୋହଣ ସହ ମହାଦେବ ମନ୍ଦିର ଓ ବୁଦ୍ଧ ମନ୍ଦିର ପ୍ରତିଷ୍ଠା ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଆସନ୍ତା ଏପ୍ରିଲ ମାସ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କେଶରୀ ନଗର ମାଣିକପୁରଠାରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଆଜି ସୋମବାର ମନ୍ଦିର କମିଟି ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି। ୭ ଦିନ ଧରି ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏପ୍ରିଲ ୧୨ରେ ମୁଖ୍ୟମନ୍ତ୍ରୀ ଆସିବା ନେଇ ସୂଚନା ମିଳିଛି।
କାର୍ଯ୍ୟକ୍ରମରେ କଳସ ଯାତ୍ରା, ସଙ୍କୀର୍ତ୍ତନ, ସନ୍ଥଯାତ୍ରା, ଦୀକ୍ଷା ଗ୍ରହଣ, ଅଙ୍କୁରରୋପଣ, କର୍ମ ଆରମ୍ଭ, ଶିବ ମନ୍ଦିର ରତ୍ନମୁଦ୍ରା ସ୍ଥାପନ, ଭାଗବତ ମଣ୍ଡଳୀ ମିଳନ, ନାମ ଯଜ୍ଞ, ଘୃତ ଯଜ୍ଞ, ଗୋ ପୂଜନ, ମହାଯଜ୍ଞ, ମହାଧଜ, ଦେବ ପ୍ରତିମା ମହାସ୍ନାନ, ତ୍ରିଶୂଳ ସ୍ଥାପନ, ପ୍ରାଣ ପ୍ରତିଷ୍ଠା, ଅଷ୍ଟପ୍ରହର ନାମଯଜ୍ଞ, ହନୁମାନ ଚାଳିଶା, ଦେବତା ମନ୍ଦିର ପ୍ରବେଶ, ଦୀପଯଜ୍ଞ, ନାମଯଜ୍ଞ ଓ ଅର୍ଣ୍ଣଯଜ୍ଞ ଭଳି କାର୍ଯକ୍ରମ ରହିଛି। ଯାହାକୁ ନେଇ ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୦ ପ୍ରାର୍ଥୀ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ…

ମହିଳାଙ୍କୁ ଉଦ୍ଧାର କଲେ ପାଟପୁର ପୋଲିସ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଗାଁ ରୁ ଜଣେ ମାନସିକ ବିକୃତ ମହିଳାଙ୍କୁ ସୋମବାର ସନ୍ଧ୍ୟାରେ ପାଟପୁର ଥାନା ପୋଲିସ ଉଦ୍ଧାର…

ନମସ୍କାର ପକାଇ କଲେ ହ୍ୟାଣ୍ଡ୍‌ସେକ୍‌: ସନ୍ଧ୍ୟା ଭ୍ରମଣବେଳେ ଘଟିଗଲା…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଚିନ୍ନାରି.ରାଘବ ସୁବୁଦ୍ଧି ସନ୍ଧ୍ୟା ଭ୍ରମଣରେ ଯାଉଥିବାବେଳେ ଗାଁର ଶେଷ ମୁଣ୍ଡରେ ଜଣେ ହେଲିମେଟ ପିନ୍ଧିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri