ତୃତୀୟ ଲହର ମୁକାବିଲା ପ୍ରସ୍ତୁତି, କ୍ରାୟୋଜେନିକ୍‌ ଟ୍ୟାଙ୍କର କିଣିବେ ସରକାର…

ନୂଆଦିଲ୍ଲୀ,୨।୯: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମୁଥିବାବେଳେ ତୃତୀୟ ଲହର ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର ପକ୍ଷରୁ ଅକ୍ସିଜେନ ସଙ୍କଟ ଦୂର କରିବା ଲାଗି କ୍ରାୟୋଜେନିକ୍‌ ଟ୍ୟାଙ୍କର କିଣିବା ଉଦ୍ୟମ ଆରମ୍ଭ ହୋଇଛି।

ଏନେଇ ସରକାରଙ୍କ ପକ୍ଷରୁ ଟେଣ୍ଡର ଜାରି ହୋଇଛି। ଏହାର ଆବେଦନର ଅନ୍ତିମ ତାରିଖ ସେପ୍ଟେମ୍ବର ୧୬ ରହିଛି। ଦିଲ୍ଲୀରେ ପ୍ରତି ୟୁନିଟ୍‌ର ୫୦ ମେଟ୍ରିକ୍‌ ଟନ୍‌ ଉତ୍ପାଦନ କ୍ଷମତା ଥିବା ପ୍ଲାଣ୍ଟ୍‌ ସ୍ଥାପନର ଲକ୍ଷ୍ୟ ରଖାଯାଇଛି। ବିଦ୍ୟୁତ୍‌ ଦରରେ ୟୁନିଟ୍‌ ପିଛା ୪ ଟଙ୍କା ରିହାତି ମଧ୍ୟ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Share