ଶୈଳଶ୍ରୀକ୍ଷେତ୍ରରେ ପହଞ୍ଚିଲା ମଶାଲ

ଅନୁଗୋଳ ଅଫିସ/ ଆଠମଲ୍ଲିକ/ ବଇଣ୍ଡା/ ଛେଣ୍ଡିପଦା/ କଣିହଁା, ୧୧।୧: ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଅନୁଗୋଳ ଜିଲା ମହୋତ୍ସବ। ଜିଲାର ୩୦ବର୍ଷ ପୂର୍ତ୍ତି ଅବସରରେ ଏହି ମହୋତ୍ସବକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଆୟୋଜନ ଜୋର୍‌ ଧରିଛି। ମଙ୍ଗଳବାର ଜିଲା ସଂସ୍କୃତି ବିଭାଗ ଓ ଜିଲା ସଂସ୍କୃତି ପରିଷଦର ପୌରୋହିତ୍ୟରେ ମଶାଲ ଶୋଭାଯାତ୍ରା ଜିଲାର ସମସ୍ତ ପ୍ରମୁଖ ଅଞ୍ଚଳ ପରିକ୍ରମା କରିବା ପରେ ଅନୁଗୋଳ ସହର ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଛି। ସେଠାରେ ମନ୍ଦିର ପରିଚାଳନା ସମିତି ସଭାପତି ଭବାନୀ ଶଙ୍କର ମିଶ୍ର ଓ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରା ମଶାଲକୁ ସ୍ବାଗତ କରିବା ପରେ ତାହାକୁ ମନ୍ଦିର ଭିତରକୁ ପ୍ରବେଶ କରାଯାଇଥିଲା। ମହୋତ୍ସବ ଦିନ ଏହାକୁ ବାହାର କରାଯାଇ ମହୋତ୍ସବ ସ୍ଥଳରେ ସ୍ଥାପନ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅନୁଗୋଳ ବ୍ଲକର ଟିକରପଡା, ଛେଣ୍ଡିପଦାର ପାତ୍ରପଡା ମା’ ବାୟଣୀ ପୀଠ, ଆଠମଲ୍ଲିକର ଦେଉଳଝରି, ପାଲଲହଡାର ଖୁଲୁଡି ପୀଠରୁ ମଶାଲ ଗୁଡିକ ବାହାରି ଶୋଭାଯାତ୍ରାରେ ତାଳଚେରସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠରେ ଏକାଠି ହୋଇଥିଲା। ସେଠାରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହାକୁ ସ୍ବାଗତ କରିଥିଲେ। ପରେ ସେଠାରୁ ସମସ୍ତ ମଶାଲ ଶୈଳଶ୍ରୀକ୍ଷେତ୍ର ଅଣାଯାଇଥିଲା। ଟିକରପଡାସ୍ଥିତ ଶିବ ମନ୍ଦିର ଠାରୁ ଅନୁଗୋଳ ଉପଜିଲାପାଳ ବୈତୁରା ଦୀପଙ୍କ ତତ୍ତ୍ୱବାଧାନରେ ମଶାଲ ବାହାରିଥିଲା। ଅନୁଗୋଳ ବନଖଣ୍ଡ ଅଧିକାରୀ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ଜିଲାର ସମସ୍ତ ବିଭାଗର ଅଧିକାରୀ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଆଠମଲ୍ଲିକ ଦେଉଳଝରି ଶୈବ ପୀଠରୁ ବାହାରିଥିବା ମଶାଲ ଶୋଭାଯାତ୍ରାରେ ଉପଜିଲାପାଳ ତରଣୀ ସୁନା, ବିଡିଓ ସୌଭାଗ୍ୟ ବେହେରା, ତହସିଲଦାର ଯଶୋବନ୍ତ ଦେହୁରୀ, ଏସ୍‌ଡିଏମ୍‌ଓ ସୁନୀଲ କୁମାର ପଣ୍ଡା, ଏନଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁ, ସହକାରୀ ଜିଲାପାଳ କୁଳମଣି ଦଳେଇ, ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ଏସିଏଫ ଗୌରୀ ଶଙ୍କର ଦାସ, ବିନୟ ପଟ୍ଟନାୟକ, ଏନସିସି କ୍ୟାଡେଟ, ଆଠମଲ୍ଲିକ ପୋଲିସ ଓ ଡ୍ରାଇଭର ମହାସଂଘ ସାମିଲ ହୋଇଥିଲେ। ଆଠମଲ୍ଲିକରୁ ବାହାରିଥିବା ମଶାଲକୁ କିଶୋରନଗର ବ୍ଲକର ଅଙ୍ଗାପଡା, ଘୋଷର, ବ୍ଲକ ପରିସର, ବାମୁର, ନାକିଚି, ହଣ୍ଡପା, ଲୁହାମୁଣ୍ଡା, ବଇଣ୍ଡାଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଆଠମଲ୍ଲିକ ଉପଜିଲାପାଳ ତରଣୀ ସୁନା, ବଡିଓ ବିନୋଦ ବିହାରୀ ବେହେରା, ତହସିଲଦାର ଶାନ୍ତି ସ୍ବରୂପ ମିଶ୍ର, ବାମୁର ସରପଞ୍ଚ ସଞ୍ଜୀବ ପ୍ରଧାନ, ଅଙ୍ଗପଡା ସରପଞ୍ଚ ଜିତେନ୍ଦ୍ର ସାହୁ, ନୁନୁକାପଶି ସରପଞ୍ଚ ଦୀପ୍ତିମୟୀ ସାହୁ, ହଣ୍ଡପା ସରପଞ୍ଚ ରଶ୍ମିତା ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଛେଣ୍ଡିପଦା ବ୍ଲକସ୍ଥିତ ପାତ୍ରପଡାର ମା’ବାୟାଣୀ ପୀଠରେ ଅନୁଗୋଳ ଏପିଡି ପଦ୍ମନାଭ ସାମନ୍ତରାୟ ଓ ଭୂଅର୍ଜନ ଅଧିକାରୀ ରତନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କରାଯିବା ପରେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଶୋଭାଯାତ୍ରାରେ ବିଧାୟକ ସୁଶାନ୍ତ କୁମାର ବେହେରା, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ବିଡିଓ ତ୍ରିବିକ୍ରମ କୁମରା, ତହସିଲଦାର ଡାନିଏଲ ଏକ୍କା ପ୍ରମୁଖ ସାମିଲ ହୋଇଥିଲେ। ଶୋଭାଯାତ୍ରାବେଳେ ସ୍ଥାନୀୟ ଅଞ୍ଚଳର କଳାକାରମାନେ କଳାକୃତୀ ପ୍ରଦର୍ଶନ କରିଥିଲେ। ଗ୍ରାମରେ ମହିଳାମାନଙ୍କ ପକ୍ଷରୁ ରାସ୍ତା ପାଶର୍‌ବରେ ଝୋଟି ମୁରୁଜ ସହ ପୂର୍ଣ୍ଣ କଳସ ସ୍ଥାପନ କରାଯାଇଥିଲା। ଆଠମଲିକ ଦେଉଳଝରୀରୁ ଆସୁଥିବା ମଶାଲକୁ ମଧ୍ୟ ଛେଣ୍ଡିପଦା ବ୍ଳକ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ବ୍ଲକ କଳାବିକାଶ ପରିଷଦ ଉପସଭାପତି ହରମୋହନ ପ୍ରଧାନ, ଜିଲାପରିଷଦ ସଦସ୍ୟା ଭାନୁପ୍ରୀୟା ପ୍ରଧାନ, ସରପଞ୍ଚ ସୁଦୀପ୍ତ କୁମାର ପ୍ରଧାନ, ରଶ୍ମିତା ପ୍ରଧାନ, କ୍ଷୀରୋଦିନୀ ବେହେରା, ଉଦିତ କୁମାର ପ୍ରଧାନ, ପ୍ରିୟଙ୍କା ସହୁ, ଯଶୋମତୀ ବେହେରା, ସୁଶୀଳା କମୋଳିନୀ ସ୍ବେରେଙ୍ଗ, ରଞ୍ଜନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କଣିହଁାଠାରେ ମଧ୍ୟ ଏହି ମଶାଲ ଶୋଭାଯାତ୍ରାକୁ ସ୍ବାଗତ କରାଯାଇଥିଲା। ଅର୍କିଳ, ସମଲ, ସାନତ୍ରିବିଡ଼ା, ବଡ଼ତ୍ରିବିଡ଼ା ଆଦି ଅଞ୍ଚଳ ପରିକ୍ରମା ପରେ ମଶାଲକୁ ତାଳଚେରସ୍ଥିତ ମା’ ହିଙ୍ଗୁଳାଙ୍କ ପୀଠକୁ ନିଆଯାଇଥିଲା। କଣିହଁା ବ୍ଲକ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri