ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀଛକରେ ୨୩ ତାରିଖ ଶୁକ୍ଳପକ୍ଷ ଶ୍ରୀ ପଞ୍ଚମୀ ତିଥିରେ କବିସୂର୍ଯ୍ୟଙ୍କ ଜୟନ୍ତୀ ମହୋତ୍ସବ ପାଳନ କରାଯିବ। ସୋମବାର ଅପରାହ୍ନରେ ସ୍ଥାନୀୟ ଏନ୍ଏସି ସମ୍ମିଳନୀ କକ୍ଷରେ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଛି। ସଭାପତି ତଥା ଆଇନଜୀବୀ ଅଶେଷ ନାଥ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ। ମହୋତ୍ସବକୁ ସଫଳ କରାଯିବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା। ଦିଗପହଣ୍ଡି ବ୍ଲକ୍ ଖମାରି ଗାଁ ପଞ୍ଚାୟତର କବିସୂର୍ଯ୍ୟଙ୍କ ଜନ୍ମପୀଠ ବିଜୟନଗରଗଡ଼ ଗ୍ରାମରୁ କବିସୂର୍ଯ୍ୟଙ୍କ ଜ୍ୟୋତି ବିଭିନ୍ନ ଗ୍ରାମାଞ୍ଚଳ ଓ ଦିଗପହଣ୍ଡି ସହର ପରିକ୍ରମା କରିବା ପରେ ଅପରାହ୍ନରେ ମହୋତ୍ସବ ସ୍ଥଳରେ ପହଞ୍ଚତ୍ବା ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ସନ୍ଧ୍ୟାରେ ସଭା ସରିବା ପରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସଭାରେ ପରିଷଦର ସମ୍ପାଦକ କୁରେଶୁ ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ଓଡ଼ିଶା ମିଳିତ ନାଗରିକ ସଙ୍ଗଠନର ଆବାହକ ଡ.ବାଳକୃଷ୍ଣ ପଣ୍ଡା ସମଗ୍ର ଓଡ଼ିଆ ଜାତିର ଗୌରବ କବିସୂର୍ଯ୍ୟ ବଳଦେବ ରଥଙ୍କ ସାହିତ୍ୟ କୃତିକୁ ୟୁନେସ୍କୋ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଥିବାରୁ ତାଙ୍କୁ ସଭାରେ ଆଲୋଚନା ହୋଇଥିଲା। ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, କାଉନସିଲର ନୀଳମାଧବ ଗୌଡ଼, ସୁଶାନ୍ତ ପାତ୍ର, ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ, ପୂର୍ବତନ ସରପଞ୍ଚ କେ.ସଞ୍ଜୀବ କୁମାର ରେଡ୍ଡୀ, ସରକାରୀ ଆଇନଜୀବୀ ପରେଶ ଚନ୍ଦ୍ର ରଥ, ଆଇନଜୀବୀ ହରପ୍ରସାଦ ରଥ, ମନୋରଞ୍ଜନ ପଣ୍ଡା, ଗୋପାଳକୃଷ୍ଣ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ।

